ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୈତିକ ରୂପ ଦିଆଯାଉଛି : ବିଜେଡି

Published By : Prameya-News7 Bureau | October 23, 2021 IST

ଭୁବନେଶ୍ବର ୨୩।୧୦: କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିଜେପିର ହାଇଡ୍ରାମା । ପ୍ରତିକ୍ରିୟା ରଖିଲା ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ଏଲିନା ଦାସ ଓ ଇପ୍‌ସିତା ସାହୁ ।

ଦଳ କହିଛି ଯେ, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି । ବିଜେପି ମହିଳା ମୋର୍ଚ୍ଚା ଶସ୍ତା ଓ ହୀନ ରାଜନୀତି କରୁଛି । ଥରେ ମାମଲା ରୁଜୁ ହେଲେ, ତଦନ୍ତ ଚାଲେ । ଜାଣିଶୁଣି ବିଜେପି ପୁଣି ମାମଲା ରୁଜୁ କରୁଛି । ମିଡିଆରେ କାହା ଫେସ୍ କେତେ ସମୟ ଦେଖାଯିବ, ସେମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି । ସେଥିପାଇଁ ଶୁକ୍ରବାର ସେମାନେ ଥାନାରେ ଠେଲାପେଲା ହେଉଥିଲେ । ସେମାନେ ଯେଉଁ ଅଭିଯୋଗ ଆଣୁଛନ୍ତି, ତାହାର ପ୍ରମାଣ ନାହିଁ ।

ଖାଲି ଟ୍ବିଟ୍ କରିଦେଲେ ଅଭିଯୋଗ ସତ ହୋଇଯିବନି । ହେଲେ ବିଜେପି ତଥ୍ୟ ପ୍ରମାଣ ଦେଇପାରୁନି ।  ଅଭିଯୁକ୍ତ ଧରା ପଡିଛି । ପୀଡ଼ିତାକୁ ନ୍ୟାୟ ମିଳୁ । ଅଭିଯୁକ୍ତ ଦଣ୍ଡ ପାଇବା ଆମର ମୂଳ ଲକ୍ଷ୍ୟ ବୋଲି କହିଛି ବିଜେଡି । ବିଜେପି ବିକ୍ଷୋଭ ପ୍ରଦର୍ଶନ କରି ସେ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ଭବିଷ୍ୟତ ଖରାପ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.