Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ମାସ୍କ କିଣାରେ ହୋଇନି ଦୁର୍ନୀତି, ଅପପ୍ରଚାରର ଅପଚେଷ୍ଟା ନକରୁ କଂଗ୍ରେସ : ବିଜେଡି

11/06/2020 at 12:38 PM

ଭୁବନେଶ୍ବର ୧୧।୬: ଅପପ୍ରଚାରର ଅପଚେଷ୍ଟା ନକରୁ କଂଗ୍ରେସ । ସଜ ମାଛରେ ପୋକ ପକାଇବାକୁ କଂଗ୍ରେସ ଚେଷ୍ଟା କରୁଛି ବୋଲି ସମ୍ବାଦିକ ସମ୍ମଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । ଯଦି କିଛି ପ୍ରମାଣ ଅଛି ତେବେ କଂଗ୍ରେସ କୋର୍ଟ ଯାଉ । ସାଢେ ୪ କୋଟି ଲୋକଙ୍କ ତ୍ୟାଗକୁ କୁଠାରଘାତ ନକରୁ କଂଗ୍ରେସ ।

ମାସ୍କ, ପିପିଇ କିଟ୍ ରିଣିବା ନେଇ ଟେକ୍ନିକାଲ କମିଟି ଗଠନ ହୋଇଥିଲା । ୫ କୋଟି ମାସ୍କ ପାଇଁ ଟେକ୍ନିକାଲ କମିଟି ସୁପାରିଶ କରିଥିଲା । ଲକ୍ ଡାଉନ୍ ଯୋଗୁଁ ଉତ୍ପାଦନ ଖର୍ଚ୍ଚ ବଢିବାରୁ ଦର ବଢିଲା । ମଣିଷ ଜୀବନ ବଞ୍ଚାଇବା ଉପରେ ଆମେ ଗୁରୁତ୍ବ ଦେଉଛୁ ବୋଲି ସସ୍ମିତ ପାତ୍ର କହିଛନ୍ତି । ମାସ୍କର ଟଙ୍କାଏ, ଦୁଇ ଟଙ୍କା ଦର ବୃଦ୍ଧିକୁ ଆମେ ଗୁରୁତ୍ବ ଦେଉନାହୁଁ ।

କଂଗ୍ରସ ଯେଉଁ ଲମ୍ବା ପ୍ରଶ୍ନ କରୁଛି କରୋନା ମହାମାରୀ ସମୟରେ କ’ଣ କରିଛି ବୋଲି ସସ୍ମିତ ପାତ୍ର ପ୍ରଶ୍ନ କରିଛନ୍ତି । ସତ ସାହସ ଅଛି ଯଦି ହାଇକୋର୍ଟ ଯାଆନ୍ତୁ । କଂଗ୍ରେସ ଯାହା କରୁଛି ଶସ୍ତା ରାଜନୀତି କରୁଛି । ଲୋକେ ଦେଖୁଛନ୍ତି । ଭାରତୀୟ ଜନତା ପାର୍ଟିକୁ ପଚାରନ୍ତୁ କାହିଁକି କେନ୍ଦ୍ର ସରକାର ୧୦ ଟଙ୍କାରୁ ୧୬ଟଙ୍କା ବଢ଼େଇଲା । ବିଜେପି ଶାସିତ ରାଜ୍ୟ କାହିଁକି କିଣିଲେ ।

କରୋନା ଯୋଦ୍ଧା ସୁରକ୍ଷିତ ଭାବେ କାମ କରୁଛନ୍ତି । ପଶ୍ଚିମ ଓ ଦକ୍ଷିଣ ଭାରତରେ ଉତ୍ପାଦନ ହେଉଛି । ଡିମାଣ୍ଡ ବଢିବାରୁ ପ୍ରାଇସ ବଢିଲା । କେନ୍ଦ୍ର ସରକାର ୧୦ ଟଙ୍କାରୁ ଅଧିକରେ ବିକ୍ରି କରି ପାରିବେ ନାହିଁ । ପୁଣି ୨୪ ମାର୍ଚ୍ଚରେ ୧୬ ଟଙ୍କା ବଢାଇଲେ। କେନ୍ଦ୍ର ଧାର୍ଯ୍ୟ କରିଥିବା ୧୬ ଟଙ୍କାରୁ ଓଡିଶା ଅଧିକ ଦରରେ କିଣିନାହିଁ ।

ଅନ୍ୟ ରାଜ୍ୟ କେରଳରେ ୧୬ ଟଙ୍କା, ମହାରାଷ୍ଟ୍ରରେ ୧୬ ଟଙ୍କା, ତାମିଲନାଡୁରେ ୧୬ ଟଙ୍କା, କାର୍ଣ୍ଣାଟକରେ ୧୭.୮୯ ଟଙ୍କା, ପଶ୍ଚିମବଙ୍ଗରେ ୧୭ ଟଙ୍କ, ତାମିଲନାଡୁରେ ୧୬ ଟଙ୍କା, ଗୁଜୁରାଟରେ ୨୦ ଟଙ୍କା ରହିଛି । କେନ୍ଦ୍ର ସରକାର ଯେଉଁ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର ସେହି ମୂଲ୍ୟରେ କିଣିଛନ୍ତି । କିଛି ଦୁର୍ନୀତି ହୋଇନାହିଁ । କେନ୍ଦ୍ର ସରକାରଙ୍କ ଆଇନ ଅନୁସାରେ ମେଡିକାଲ ଉପକରଣ କିଣା ହୋଇଛି ।

   Related Posts