ସମବାୟ ନିର୍ବାଚନ ନେଇ ବିଜେଡ଼ିର ପ୍ରସ୍ତୁତି, ପରିଚାଳନା ନେଇ ୭ ଜଣିଆ କମିଟି ଗଠନ

Published By : Prameya-News7 Bureau | May 16, 2022 IST

ଭୁବନେଶ୍ୱର ୧୬।୦୫: ସମବାୟ ନିର୍ବାଚନ ନେଇ ବିଜେଡ଼ିର ଜୋରଦାର ପ୍ରସ୍ତୁତି । ଦଳର ବରିଷ୍ଠ ନେତୃତ୍ୱଙ୍କ ସହିତ ଭିଡିଓ କନଫରସିଂ ଜରିଆରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ସମବାୟ ନିର୍ବାଚନ ପରିଚାଳନା କରିବା ନେଇ ଏକ ୭ ଜଣିଆ କମିଟି ଗଠନ କଲା ବିଜେଡି ।

ତେବେ ଏହି କମିଟିର ଅଧ୍ୟକ୍ଷ ପ୍ରତାପ ଦେବ ରହିଥିବା ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂ ଦେଓ,ସ୍ନେହାଙ୍ଗିନ ଛୁରୀଆ, ବିକ୍ରମ ପଣ୍ଡା, ରବୀନ୍ଦ୍ର ଜେନା ରହିଛନ୍ତି । ଜିଲ୍ଲା ଓ ଯୋନ ସ୍ତରରେ କମିଟି ଗଠନ କରିବାକୁ ବୈଠକରେ ହୋଇଛି ବ୍ଲୁ ପ୍ରିଣ୍ଟ । ଚାଷୀ ଓ ପ୍ୟାକ୍ସ ର କର୍ମକର୍ତାଙ୍କୁ ଏହି କମିଟିରେ ଯୋଡ଼ାଯିବ । ସବୁ ସମବାୟ ଅକ୍ତିଆର କରିବା ପାଇଁ ବୈଠକରେ ହୋଇଛି ମାନସ ମନ୍ଥନ । ଆସନ୍ତା ୧୯ ଓ ୨୬ରେ ଦୁଇଟି ପର୍ଯ୍ୟାୟରେ ହେବ ସମବାୟ ନିର୍ବାଚନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.