Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ତୈଳଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି ; ପେଟ୍ରେଲ ପମ୍ପ ଆଗରେ ପିକେଟିଂ

8/09/2018 at 12:01 PM

ଭୁବନେଶ୍ବର ୮|୯: ଭୁବନେଶ୍ବରରେ ପେଟ୍ରୋଲ ୭୯ ଟଙ୍କା ଟପିଲା । ଗତକାଲି ତୁଳନାରେ ଆଜି ୩୯ ପଇସା ମହଙ୍ଗା ହୋଇଛି ପେଟ୍ରୋଲ । ସେହିପରି ଡିଜେଲ ଦର ମଧ୍ୟ ୭୭ ଟଙ୍କା ୮୦ ପଇସା ହୋଇଛି । ଆଜି ଡିଜେଲ ୪୭ ପଇସା ବଢିଛି । ସେପଟେ ବ୍ରହ୍ମପୁର ୮୦ ଟଙ୍କା ଡେଇଁଲା ପେଟ୍ରୋଲ ଦର । ଚଳିତ ମାସର ୮ ଦିନ ଭିତରେ ପେଟ୍ରୋଲ ୧ ଟଙ୍କା ୬୯ ପଇସା ଓ ଡିଜେଲ ୨ ଟଙ୍କା ୨୫ ପଇସା ବଢିଛି । ଯାହା ଖାଉଟିଙ୍କ ପକେଟ ଉପରେ ବୋଝ ପକାଇଛି । ଯାହାକୁ ନେଇ ଜନଅସନ୍ତୋଷ ମଧ୍ୟ ତେଜିବାରେ ଲାଗିଛି । ତେଲ ଦର ବୃଦ୍ଧି ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ତର୍ଜାତୀୟ ସ୍ତରର ରାଜନୈତିକ ଓ ଅର୍ଥନୈତିକ କାରଣକୁ ଦାୟୀ କରିଛନ୍ତି । କେବଳ କେନ୍ଦ୍ର ଟିକସ କମାଇଦେଲେ ଏହି ସମସ୍ୟାର ସମାଧାନ ହୋଇଯିବ ନାହିଁ । ରାଜ୍ୟ ଟିକସ କମାଇଲେ ପେଟ୍ରୋଲ ଏବଂ ଡିଜେଲ ଦରବୃଦ୍ଧି ପ୍ରଭାବରୁ ଖାଉଟିଙ୍କୁ ଆଶ୍ବସ୍ତି ମିଳିବ ବୋଲି ସେ କହିଛନ୍ତି । ଏପଟେ ତୈଳଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଗତକାଲିଠାରୁ ପେଟ୍ରେଲ ପମ୍ପ ଆଗରେ ପିକେଟିଂ କରୁଛି ।

   Related Posts