ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ, ବଜେଟ୍ ଅଧିବେଶନ ରଣନୀତି ନେଇ ହେବ ଆଲୋଚନା
28/01/2020 at 10:24 AM

ଭୁବନେଶ୍ବର ୨୮।୧: ଆଜି ବସୁଛି ବିଜେଡିର ସଂସଦୀୟ ଦଳ ବୈଠକ । ସକାଳ ସାଢେ ୧୧ଟାରେ ନବୀନ ନିବାସରେ ଏହି ବୈଠକ ବସିବ । ଆସନ୍ତା ୩୧ରୁ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତ ସାଂସଦଙ୍କୁ ନେଇ ବୈଠକ ଡାକିଛନ୍ତି ।

ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଉପସ୍ଥିତ ରହିବେ । ବଜେଟ୍ ଅଧିବେଶନରେ ସଂସଦର ଉଭୟ ଗୃହରେ ବିଜେଡିର ରଣନୀତି ଏବଂ ଆଭିମୁଖ୍ୟ କ’ଣ ରହିବ ସେନେଇ ବୈଠକରେ ଆଲୋଚନା ହେବ ।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021