ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୈଳ ଦର ଉପରେ ଉତ୍ପାଦନ ଶୁଳ୍କ କମାଇଲେ କେନ୍ଦ୍ର ସରକାର, ପେଟ୍ରୋଲ ୯.୫ ଓ ଡିଜେଲ୍ ୭ ଟଙ୍କା କମିଲା
  • ||
  • ସନ୍ଧ୍ୟାରେ ମୁମ୍ବାଇ ବନାମ ଦିଲ୍ଲୀ : ‘କର ବା ମର’ ସ୍ଥିତିରେ କ୍ୟାପିଟାଲ୍ସ
  • ||
  • ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଏଫଆଇ ଇଣ୍ଡିଆନ ଗ୍ରାଁପ୍ରି-୩ : ଅମିୟ କୁମାର ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦଙ୍କ ଉପରେ ନଜର
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୮ କୋଭିଡ୍ ପଜିଟିଭ୍
  • ||
  • ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୩୩ ଜୀବନ
  • ||
  • ତାତି ଆହୁରି ବଢିବ, ୩ ଦିନ ଯାଏଁ ତତଲା କଡେଇରେ ଭାଜିହେବେ ରାଜ୍ୟବାସୀ
  • ||
  • ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇଥିଲେ ମାଫିଆ
  • ||

ବିଜେଡିର ପଦଯାତ୍ରା: ବିଜେପିକୁ ଟାର୍ଗେଟ କଲେ ନବୀନ, ପଚାରିଲେ କୁଆଡେ ଗଲା ସ୍ବତନ୍ତ୍ର ରାଜ୍ୟ ପାହ୍ୟା

2/10/2018 at 5:22 PM

ଭୁବନେଶ୍ବର୨|୧୦: ନବୀନ ଫୁଙ୍କିଲେ ୨୦୧୯ ନିର୍ବାଚନ ପାଇଁ ବିଗୁଲ୍ । ଆଜିଠୁ ବିଜେଡିର ପଦଯାତ୍ରା ଆରମ୍ଭ କରି ନବୀନ ଟାର୍ଗେଟ କରିଛନ୍ତି ବିଜେପିକୁ । ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଉଠାଇ ନବୀନ କହିଛନ୍ତି ବିଜେପି ଫମ୍ପା ଆବାଜ କରୁଛି । ୨୦୧୪ରେ ରାଜ୍ୟ ବିଜେପିର ପ୍ରଥମ ଏଜେଣ୍ଡା ଥିଲା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ । ତା ଏବେ କୁଆଡେ ଗଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି । ସେହିଭଳି ରାଜ୍ୟ ସରକାରଙ୍କ ୪ ମାଇଲଖୁଣ୍ଟ କଥା ବି କହିଛନ୍ତି । ସେପଟେ ବିଜେପି ଓ କଂଗ୍ରେସ ପାଲଟା ଜବାବ ରଖିଛନ୍ତି ।

ବିଜେଡି ପଦଯାତ୍ରାରେ ବିଜେପି ପୋଷ୍ଟର ବ୍ୟାନର । ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଦଳ ସୁପ୍ରିମୋ ନବୀନ ପଟନାୟକ ପଦଯାତ୍ରା ଉଦଘାଟନ କରିବା ବେଳେ ବିଜେଡି କର୍ମି ଓ ଡାୟାସରେ ଥିବା ନେତା ଦେଖାଇଛନ୍ତି ପଦ୍ମଫୁଲ ଥିବା ପୋଷ୍ଟର । ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପିର ପ୍ରଥମ ଏଜେଣ୍ଡା ଥିଲା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି । ପଦଯାତ୍ରା ରେ ନବୀନ ଭାଷଣ ଦେଉଥିବା ବେଳେ ହଠାତ୍ ବିଜେଡି କର୍ମି ବିଜେପି ପୋଷ୍ଟର ଦେଖାଇଛନ୍ତି । ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କୁଆଡେ ଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ନବୀନ । କହିଛନ୍ତି ଏହାହିଁ ବିଜେପିର ଫମ୍ପା ଆଓାଜ୍ । ଓଡିଶାବାସୀ ଅପେକ୍ଷା କରିଛନ୍ତି କେବେ କେନ୍ଦ୍ର ବିଜେପି ସରକାର ଓଡିଶାକୁ ସ୍ବତନ୍ତ୍ର ପାହ୍ୟା ଦେବେ । ଏହାସହିତ ନବୀନ ମଧ୍ୟ ତାଙ୍କ ସରକାରର ୪ ଟି କାର୍ଯ୍ୟକ୍ରମକୁ ମାଇଲ ଖୁଣ୍ଟ ବୋଲି କହିଛନ୍ତି । ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା, ୪ ବର୍ଷରେ ୧୮ ଲକ୍ଷ ଲୋକଙ୍କୁ ପକ୍କାଘର, ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ଓ ସାମାଜିକ ସୁରକ୍ଷା ଯୋଜନା ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ ବୋଲି ନବୀନ ବର୍ଣନା କରିଛନ୍ତି ।

ନବୀନଙ୍କ ଏହି ଭାଷଣରୁ ସ୍ପଷ୍ଟ ଯେ ନିର୍ବାଚନ ପୂର୍ବରୁ ଆଜି ସେ ଶଙ୍ଖ ଫୁଙ୍କି ନିର୍ବାଚନ ମୈଦାନକୁ ଲମ୍ଫ ଦେଇଛନ୍ତି । ଆଉ ଟାର୍ଗେଟରେ ଅଛି ବିଜେପି । ଅନ୍ୟମାନେ କେବଳ କହୁଛନ୍ତି ଆଉ ଆମେ କରି ଦେଖାଉଛୁ କହି ନବୀନ ବିଜେପି କୋର୍ଟକୁ ବଲ ଫିଙ୍ଗିଛନ୍ତି । ନବୀନଙ୍କ ସବୁ ଅଭିଯୋଗର ଜବାବ ଦେଇଛି ବିଜେପି । ଦଳ କହିଛି ଓଡିଶା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇବା ପାଇଁ ଯୋଗ୍ୟ ନୁହେଁ ଜାଣି ବି ନବୀନ ଏନେଇ ଫମ୍ପା ଆବାଜ୍ କରୁଛନ୍ତି । ଚତୁର୍ଦଶ ଅର୍ଥ କମିଶନ ଓଡିଶାକୁ ବହୁ ଅର୍ଥ ଦେଇଛନ୍ତି । କିନ୍ତୁ ଓଡିଶା ସରକାର ଏହା ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି । ୧୮ ଲକ୍ଷ ଆବାସ କଥା ଯାହା କହୁଛନ୍ତି ନବୀନ ସେଥିରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଛି ୧୪ ଲକ୍ଷ । ଏଥିରେ ବିଜୁ ଶବ୍ଦ ଯୋଡିବାକୁ ଚେଷ୍ଟା କରୁଛନ୍ତି ନବୀନ । କଂଗ୍ରେସ ମଧ୍ୟ ବିଜେଡିକୁ ଟାର୍ଗେଟ କରିଛି । କେନ୍ଦ୍ରରେ ନବୀନ ମନ୍ତ୍ରୀ ଥିବା ବେଳେ ଓ ବିଜେଡି-ବିଜେପି ଭାଗୁଆଳି ସରକାର ଚାଲିବା ବେଳେ ନବୀନ ସ୍ବତନ୍ତ୍ର ରାଜ୍ୟ ପାହ୍ୟା କଥା କାହିଁକି କରିପାରିଲେ୍ନି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ବିଜେଡି ପଦଯାତ୍ରାରେ ବିଜେପି ପୋଷ୍ଟର ପ୍ରଦର୍ଶନ କରି ପଦ୍ମ ଦଳକୁ ଘାଇଲା କରିବାକୁ ଯେଉଁ ପର୍ବ ଆରମ୍ଭ ହୋଇଛି ସେଥିରୁ ସ୍ପଷ୍ଟ ସଂକେତ ମିଳୁଛି ଯେ ଆଗକୁ ଆହୁରି ତୀବ୍ର ହେବ ତୁତୁ ମେଁମେଁ । ଆଉ ଆଜି ନବୀନ କହିଥିବା ୪ ମାଇଲ ଖୁଣ୍ଟ କଥା ଉପରୁ ବହୁ ଜଲଦି ପରଦା ହଟାଇବ ବୋଲି ବିଜେପି ସଂକେତ ଦେଇଛି ।

   Related Posts