Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଭୁବନେଶ୍ବର କାର୍ଗିଲ ବସ୍ତିରୁ ପଦଯାତ୍ରା ଆରମ୍ଭ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

2/10/2019 at 12:37 PM

ଭୁବନେଶ୍ବର ୨।୧୦: ପ୍ରତିବର୍ଷ ପରି ଗାନ୍ଧି ଜୟନ୍ତୀରୁ ବିଜୁ ଜନତା ଦଳ ତରଫରୁ ଆଜିଠାରୁ ଆରମ୍ଭ ହୋଇଛି ପଦଯାତ୍ରା । ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀର କାର୍ଗିଲ ବସ୍ତିରୁ ପଦଯାତ୍ରା ଆରମ୍ଭ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ନୂଆ ଓଡିଶା ଗଠନ ପ୍ରତିଶ୍ରୁତି ନେଇ ଦଳ ଆଜିଠୁ ଆରମ୍ଭ କରିଛି ପଦଯାତ୍ରା ।

ଲୋକଙ୍କୁ ସରକାର ଯୋଜନା ଓ ଦଳର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଯିବ। ଏହି ପଦଯାତ୍ରା ଦ୍ବାରା ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଁଚାଇବାକୁ ଦଳ ଯୋଜନା କରିଛି । ଏହାସହ ଅହିଂସାକୁ ସାମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ୧ ଲକ୍ଷ ଦସ୍ତଖତ କରି ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ । ଏହା ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ପାଳନ କରାଯାଉଛି। ପୁଣି ଥରେ ସରକାରକୁ ଆସିବାର ସୁଯୋଗ ଦେଇଥିବାରୁ ଲୋକଙ୍କ ନିକଟରେ ସେ ଋଣି । ଲୋକଙ୍କୁ ଭେଟିବା ପଦଯାତ୍ରା ଏକ ସୁଯୋଗ । ଲୋକଙ୍କ ସମସ୍ୟା, ସରକାରଙ୍କ ଭଲ କାମକୁ ଲୋକଙ୍କ ନିକଟରେ ପହଂଚାଅ।

ଜୀବନ ବିନ୍ଦୁ ଏକ ସଫଳ ରକ୍ତ ଆନ୍ଦୋଳନ ହୋଇପାରିଛି । ୩ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିପାରିଛୁ । ଗାନ୍ଧିଙ୍କ ତ୍ୟାଗ ଲୋକଙ୍କୁ ଜଣାଇବା ପାଇଁ ଏକ ଅଭିଯାନ ଆରମ୍ଭ ହେବ। ସମାଜ ସେବା ପାଇଁ ଯୁବକମାନେ ଆଗେଇ ଆସନ୍ତୁ ଏବଂ ଏହାକୁ ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

   Related Posts