ଅରୁଣ ସାହୁଙ୍କ ନେତୃତ୍ୱରେ ନୟାଗଡରେ ବିଜେଡିର ପଦଯାତ୍ରା

Published By : Prameya-News7 Bureau | October 02, 2018 IST

ନୟାଗଡ ୨/୧୦ : ଗାନ୍ଧି ଜୟନ୍ତୀରୁ ବିଜେଡି ପଦଯାତ୍ରା ଆରମ୍ଭ କରିଛି । ନୟାଗଡ ନିର୍ବ।ଚନ ମଣ୍ଡଳୀର ଚଣ୍ଡିବସ୍ତି ପଞ୍ଚାୟତରେ ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ପଦଯାତ୍ରା । ଆସନ୍ତା ୧୫ ଦିନ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନ ମଣ୍ଡଳୀରେ ୩୦୦ କି.ମି. ପଦଯାତ୍ରା କରାଯିବାକୁ ଲକ୍ଷ ରଖିଛି ବିଜେଡି । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ସହ ରାଜ୍ୟ ସରକାରଙ୍କ ସଫଳତାର କାହାଣୀ ଏବଂ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ସମ୍ପର୍କରେ ଲୋକମାନଙ୍କୁ କର୍ମୀମାନେ ଏହି ପଦଯାତ୍ରା ସମ୍ପର୍କରେ ଅବଗତ କରାଇବେ । ଏହା ସହିତ ପଟ୍ରୋଲ, ଡିଜେଲ୍ ଓ ଗ୍ୟାସ୍ ଦରବୃଦ୍ଧି ରୋକିବାକୁ କେନ୍ଦ୍ର ସରକାର କୈ।ଣସି ପଦକ୍ଷେପ ନେଉନଥିବା ସମ୍ପର୍କରେ ଜନସାଧାରଣଙ୍କୁ ଦଳ ଅବଗତ କରାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.