ବିଜେଡିରେ ଟିକେଟ୍ ଅଙ୍କ ଛିଣ୍ଡୁନି : ଏବେବି ଆଶାୟୀଙ୍କ ଭିତରେ ଦ୍ବନ୍ଦ୍ବ, ୯ଟି ଆସନକୁ ଏଯାଏଁ ଝୁଲାଇ ରଖିଛି ବିଜେଡି
23/03/2019 at 9:30 AM
ଭୁବନେଶ୍ବର ୨୩|୩ : ଆସନ୍ତା ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ୪ଟି ଲୋକସଭା ଓ ଏହା ଅଧିନରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପୂର୍ବରୁ ଆସନ୍ତା ୨୫ ତାରିଖ ମଧ୍ୟରେ ପ୍ରାର୍ଥୀ ପତ୍ର ଦାଖଲ କରିବାର ଶେଷ ଦିନ । କିନ୍ତୁ ଏଯାବତ୍ ବିଜେଡି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୮ଟି ବିଧାନସଭା କ୍ଷେତ୍ରରୁ ୯ଟି ଆସନକୁ ଝୁଲାଇ ରଖିଛି । ଏହି ସବୁ ଆସନରେ ବିଜେଡି ସୁପ୍ରିମୋ କାହାକୁ ବାଛିବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ବିରୋଧୀ ବିଜେପି ଓ କଂଗ୍ରେସରେ ମଧ୍ୟ ସମାନ ସ୍ଥିତି । ୨୪ ତାରିଖ ରବିବାର ଛୁଟି ଦିନଥିବାରୁ ନାମାଙ୍କନ ଦାଖଲ କରିପାରିବେ ନାହିଁ ପ୍ରାର୍ଥୀ । ଆଜି ଏବଂ ଆସନ୍ତା ସୋମବାର ଦୁଇ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବାର ସୁଯୋଗ ମିଳିବ । କିନ୍ତୁ ଏବେ ବି ପ୍ରମୁଖ ଦଳମାନଙ୍କରେ ଆଶାୟୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖିବାକୁ ମିଳିଛି ।