ଭୁବନେଶ୍ବର ୩|୪ : ବିଜେଡି ୧୪୪ ବିଧାନସଭା ଓ ସମସ୍ତ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । କେବଳ ୩ଟି ବିଧାନସଭା ଆସନରେ ଘୋଷଣା ବାକି ରହିଛି । ଏହି ଆସନ ଗୁଡିକ ହେଲା ଚମ୍ପୁଆ, ବାରିପଦା, କେନ୍ଦ୍ରାପଡା । ୨୧ ଲୋକସଭା ଆସନରୁ ବିଜେଡି ୭ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି
ଗତକାଲି ଘୋଷଣା ହୋଇଥିବା ୨ଟି ଯାକ ଲୋକସଭା ଆସନରେ ନୂଆ ପ୍ରାର୍ଥୀ ଦେଇଛି ବିଜେଡି । ଢେଙ୍କାନାଳରେ ତଥାଗତ ସତପଥୀଙ୍କ ସ୍ଥାନରେ ଦଳ ମହେଶ ସାହୁଙ୍କ ପ୍ରାର୍ଥୀ କରିଛି । ସେହିପରି କେନ୍ଦୁଝରରେ ଶକୁନ୍ତଳା ଲାଗୁରୀଙ୍କ ସ୍ଥାନରେ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଇଞ୍ଜିନିୟର ଚନ୍ଦ୍ରାଣୀ ମୁର୍ମୁଙ୍କ ଉପରେ ଦଳ ଏଥର ଭରସା କରିଛି। ସେହିପରି ୭ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣଙ୍କୁ ଦଳ ବଦଳାଇଛି । ଖଣ୍ଡପଡ଼ାରେ ଅନୁଭବ ପଟ୍ଟନାୟକଙ୍କ ସ୍ଥାନରେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି । ଭୁବନେଶ୍ବର ମଧ୍ୟରେ ବିଧାୟକ ବିଜୟ ମହାନ୍ତିଙ୍କ ସ୍ଥାନରେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦଳ ପ୍ରାର୍ଥୀ କରିଛି । ବେଶ୍ କିଛି ଦିନ ଧରି ଅନନ୍ତଙ୍କ ପ୍ରାର୍ଥିତ୍ବ ଉପରେ ପ୍ରଶ୍ନ ବାଚୀ ଲାଗି ରହିଥିଲା । ତେବେ ନବୀନ ତାଙ୍କୁ ଗ୍ରୀନ ସିଗ୍ ନାଲ ଦେଇଛନ୍ତି । ସେହିପରି ଭୁବନେଶ୍ବର ଉତ୍ତରରେ ପ୍ରିୟଦର୍ଶୀ ମିଶ୍ରଙ୍କ ଟିକେଟ୍ କଟିଛି । ତାଙ୍କ ସ୍ଥାନରେ ସୁଶାନ୍ତ ରାଉତଙ୍କୁ ଦଳ ପ୍ରାର୍ଥୀ କରିଛି ।କୋରେଇରେ ଆକାଶ ଦାସ ନାୟକଙ୍କ ସ୍ଥାନରେ ଅଶୋକ ବଳଙ୍କୁ ପ୍ରାର୍ଥୀ କରିଛି ଦଳ । ଆଠମଲ୍ଲିକରେ ସଂଜୀବ ସାହୁଙ୍କ ସ୍ଥାନରେ ରମେଶ ସାଏଙ୍କୁ ବିଜେଡି ପ୍ରାର୍ଥୀ କରିଛି । ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ଢେଙ୍କାନାଳ ଏମ୍.ପି ଟିକେଟ ମିଳିଥିବାରୁ ମୁକେଶ ପାଲଙ୍କୁ ବିଧାୟକ ପ୍ରାର୍ଥୀ କରାଯାଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ସ୍ଥାନ ବଜାୟ ରଖିଛନ୍ତି । ପାଲଲହଡ଼ାରୁ ମୁକେଶ ପାଲ, ଆଠମଲ୍ଲିକରୁ ରମେଶ ଚନ୍ଦ୍ର ସାଏଙ୍କୁ ପ୍ରାର୍ଥୀ କରିଛି ବିଜେଡି ।