ବିଜେଡିର ନୂଆ ମନ୍ତ୍ରୀମଣ୍ଡଳ ପାଇଁ ତାଲିକା ପ୍ରସ୍ତୁତ, ଖାଲି ନବୀନଙ୍କ ଶେଷ ସ୍ପର୍ଶକୁ ଅପେକ୍ଷା

Published By : Prameya-News7 Bureau | May 24, 2019 IST

ଭୁବନେଶ୍ବର୨୪|୫: ସୋମବାର ଶପଥ ଗ୍ରହଣ । ମନ୍ତ୍ରୀ ପଦ ପାଇଁ ପାଗ ଭିଡିଲେଣି ଆଶାୟୀ । କାଲି ଫଳ ବାହାରୁ ବାହାରୁ ଆଜି ନବୀନ ନିବାସରେ ଭାରି ଭିଡ । ଏକ ସମ୍ଭାବ୍ୟ ତାଲିକା ବି ପ୍ରସ୍ତୁତ ସରିଛି । ତେବେ ଫାଇନାଲ ଲିଷ୍ଟରେ କାହା ନାଁ ରହିବ ତାହା ନବୀନ ହିଁ ସ୍ଥିର କରିବେ ଏକଥା ସମସ୍ତଙ୍କୁ ଜଣାଅଛି । ତେବେ ଶପଥ ଉତ୍ସବକୁ ନିରାଡମ୍ବର କରିବାକୁ ନିଷ୍ପତ୍ତି ହୋଇଛି ।…

{"id":115539}

ସୋମବାର ଶପଥ ଗ୍ରହଣ । ଆଉ ମନ୍ତ୍ରିମଣ୍ଡଳ ପାଇଁ ଆରମ୍ଭ ହେଲା ଲବି । ସେଥିପାଇଁ ଆଜି ସକାଳୁ ସଂଜଯାଏ ଫୁଲତୋଡା ନେଇ ବହୁଆଶାୟୀ ନବୀନଙ୍କୁ ଭେଟି ଆସିଛନ୍ତି । ମନ୍ତ୍ରିପଦ ଦୌଡରେ ତ ବହୁତ ଅଛନ୍ତି। ଏମିତି କିଛି ନେତା ଯେଉଁମାନେ ଦୁଇରୁ ତିନିଥର ଜିତି ବି ମନ୍ତ୍ରୀପଦ ଲଡୁ ଖାଇପାରିନାହାଁନ୍ତି ସେମାନେ ଏଥର ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଇଚ୍ଛା ରଖିଛନ୍ତି । କିଏ ମନ୍ତ୍ରୀ ହେବେ ସେମାନଙ୍କ ସମ୍ଭାବ୍ୟ ନାମ ତାଲିକା ଏକପ୍ରକାର ପ୍ରସ୍ତୁତ ସରିଛି ।

{"id":115536}

ସେଥିରେ ପୁରୀ ଜିଲ୍ଲାରୁ ସମୀର ଦାସ, ଖୋର୍ଦ୍ଧାରୁ ଅଶୋକ ପଣ୍ଡା , କେନ୍ଦ୍ରାପଡାରୁ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ , ଶଶୀ ବେହେରାଙ୍କ ନାଁ । ସବୁଠୁ ଅଧିକ ଦାବିଦାର କଟକ ଓ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ।କଟକରୁ ଦେବୀ ମିଶ୍ର, ପ୍ରତାପ ଜେନା, ଚନ୍ଦ୍ର ସାରଥୀ ବେହେରା, ରାଜା ସ୍ବାଇଁ ପ୍ରମୁଖଙ୍କ ନାଁକୁ ନେଇ ଜୋର ଚର୍ଚ୍ଚା ଚାଲିଛି। ସେପଟେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ପ୍ରଦୀପ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ, ଉଷା ଦେବୀଙ୍କ ନାଁ ସବୁଥର ଭଳି ଆଗରେ ରହିଛି ।

{"id":115540}

ତେବେ ଏଥର ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, ଅମର ଶତପଥୀ ଓ ପ୍ରମିଳା ମଲ୍ଲିକଙ୍କ ନାଁ ନେଇ ଭାରି ଚର୍ଚ୍ଚା । ସେହିଭଳି ଭଦ୍ରକରୁ ପ୍ରଫୁଲ୍ଲ ସାମଲ, ମୟୁରଭଞ୍ଜରୁ ସୁଦାମ ମାରାଣ୍ଡି ଓ ରାଜକିଶୋର ଦାସ ଏବଂ ବାଲେଶ୍ବରରୁ ଅନନ୍ତ ଦାସଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିପାରନ୍ତି ବୋଲି ଚର୍ଚା ଚାଲିଛି । କେନ୍ଦୁଝରରୁ ବଦ୍ରି ନାରାୟଣ ପାତ୍ର, ସୁନ୍ଦରଗଡରୁ ସାରଦା ନାୟକ ଓ ସୁବ୍ରତ ତରାଇ, ଏବଂ ଝାରସୁଗୁଡାରୁ ନବ ଦାସ ଓ କିଶୋର ମହାନ୍ତିଙ୍କ ନାଁ ମନ୍ତ୍ରୀ ତାଲିକାରେ ଚଢିପାରେ ବୋଲି କୁହାଯାଉଛି ।

{"id":115538}

ସେହିଭଳି ବରଗଡରୁ ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆ, ସମ୍ବଲପୁରରୁ ରୋହିତ ପୂଜାରି, ଅନୁଗୋଳରୁ ରଜନୀକାନ୍ତ ସିଂହଙ୍କ ନାଁ ନେଇ ଚର୍ଚା ହେଉଛି ।  ଢେଙ୍କାନାଳରୁ ନୃସିଂହ ସାହୁ ଓ ପ୍ରଫୁଲ୍ଲ ମଲ୍ଲିକ, କଳାହାଣ୍ଡିରୁ ଭୂପିନ୍ଦର ସିଂହ ଏବଂ ନୂଆପଡାରୁ ରାଜେନ୍ଦ୍ର ଢୋଲକିଆଙ୍କ ନାଁ ବି ଚର୍ଚ୍ଚାରେ ଅଛି । ଏଅଥର  ନୟାଗଡରୁ ଅରୁଣ ସାହୁ ଓ ସୌମ୍ୟ ପଟ୍ଟନାୟକ, ଏବଂ ନବରଙ୍ଗପୁରରୁ ମନୋହର ରନ୍ଧାରୀଙ୍କ ନାଁ ଆଗରେ ଥିବା କୁହାଯାଉଛି ।ତେବେ ଏହି ସମ୍ଭାବ୍ୟ ତାଲିକାରୁ କାହା ନାଁ ବାଦ୍ ପଡିବ ଏବଂ କିଏ ରହିବ ତାହା ଏବେ କୁହାଯାଇ ପାରିବନି । ସୋମବାର ମନ୍ତ୍ରୀମଣ୍ଡଳ ସପଥ ଥିବାରୁ ତାଆଗରୁ ପୂର୍ଣାଙ୍ଗ ତାଲିକା ଉପରେ ନବୀନ ମୋହର ମାରିବେ ବୋଲି ଜଣାପଡିଛି ।

{"id":115537}

୫ମ ଥର ପାଇଁ ଲଗାତର ନବୀନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ମନ୍ତ୍ରୀ ମଣ୍ଡଳରେ କିଛି ବଡ ଚକମା ଦେବା କିଛି ବଡକଥା ହୋଇ ନପାରେ । ଯେହେତୁ ବିଜେଡିର ସବୁ ବିଧାୟକ ନବୀନଙ୍କ ଇମେଜ ଉପରେ ଭରସା କରି ନିର୍ବାଚନ ବୈତରଣୀ ପାର ହେଉଛନ୍ତି ତେଣୁ ବିଜେଡି ମନ୍ତ୍ରୀପଦ ଲବିର କିଛି ମାନେ ନଥାଏ ବୋଲି କୁହାଯାଏ । ଏଥର ବି ସେଇଆ ହେବ । ସବୁ ଆଶାୟିଙ୍କୁ ମନ୍ତ୍ରୀପଦ ଲଡୁ ଖାଇବା ସୁଯୋଗ ମିଳିବ ନାହିଁ ଆଉ ସେମାନେ ବି କମ୍ଲେନ କରିବାକୁ ବାଟନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.