Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ଭୋଟ୍ ପାଇଁ ବିଜେଡିର ନୂଆ ଫଣ୍ଡା: କ୍ରିକେଟ୍ ଓ ଫୁଟବଲ୍ ମ୍ୟାଚ୍ କରି ଦଳ ସହିତ ଯୁବ ଓ ଛାତ୍ରକୁ ଯୋଡିବାକୁ ପ୍ରୟାସ

23/01/2021 at 7:28 PM

ଭୁବନେଶ୍ୱର ୨୩/୦୧ : ଯୁବ ଓ ଛାତ୍ରଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରିବା ପାଇଁ ନୂଆ ରଣନୀତି ଆରମ୍ଭ କଲା ବିଜେଡି।  ଏବେ  ଯୁବ ବାହିନୀ ନୁହେଁ  କ୍ରିକେଟ ଓ ଫୁଟବଲ ମ୍ୟାଚ କରି ଦଳ ସହିତ ଯୁବ ଓ ଛାତ୍ରକୁ ଯୋଡିବାକୁ  ପରୀକ୍ଷଣ ଭାବେ ମୟୁର ଭଞ୍ଜରେ ବିଜେଡି ଆରମ୍ଭ  କରିବ ଏମପିଏଲ। ଏହାର ଲୋଗ ଆଜି କ୍ରୀଡା ମନ୍ତ୍ରୀ ବାରପଦାରେ ଉନ୍ମୋଚନ କରିଛନ୍ତି। ଏଭଳି ରଣନୀତି ଦେଖି କଂଗ୍ରେସ ପୁରୁଣା ଆଇଡିଆ ଆଖ୍ୟା ଦେଇଥିବା ବେଳେ  ଯୁବ ବାହିନୀ କୁଆଡେ ଗଲା ବୋଲି  ବିଜେପି  ପ୍ରଶ୍ନ କରିଛି  …  

ଯୁବ ଓ ଛାତ୍ରଙ୍କୁ ଦଳ ଆଡକୁ ଆକୃଷ୍ଟ କରିବା ପାଇଁ ବିଜେଡିର ନୂଆ ରଣନୀତି। କ୍ରିକେଟ ଓ ଫୁଟବଲ  ମାଧ୍ୟମରେ ଯୋଡିବାକୁ ଆୟୋଜନ କରିବ କରିବ ଖେଳ ପ୍ରତିଯୋଗିତା। ପରୀକ୍ଷା ମୂଳକ ଭାବେ  ଆରମ୍ଭ ହେବ ମୟୁରଭଞ୍ଜ ପ୍ରିମୟର ଲିଗ ବା ଏମ୍‌ପିଏଲ। ଏଥିପାଇଁ ଚୂଡାନ୍ତ ହୋଇସାରିଛି କାର୍ଯ୍ୟସୂଚୀ।ବ୍ଲକ ସ୍ତରରୁ  ୩୦ ତାରିଖରୁ ଆରମ୍ଭ ହେବ ଫୁଟବଲ  ଏବଂ କ୍ରିକେଟ ମ୍ୟାଚ ।ବାରିପଦା ଷ୍ଟାଡିୟମରେ କ୍ରିକେଟ ଏବଂ ରାଇରଙ୍ଗପୁର ଷ୍ଟାଡିୟମରେ ଫୁଟବଲ ମ୍ୟାଚ କରିବାକୁ ସ୍ଥିର ହୋଇଛି। ଏସବୁ ଖେଳ ପ୍ରତିଯୋଗିତାକୁ ପରିଚାଳନା କରିବେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ସଭାପତି। ଏହା ସହିତ ମ୍ୟାଚ ପାଇଁ ଜଣେ ପ୍ରଭାରୀ ମଧ୍ୟ ନିଯୁକ୍ତ ହେବେ।

ଖେଳ ମାଧ୍ୟମରେ ଯୋଡିବାକୁ ବିଜେଡି ଚେଷ୍ଟା କରୁଥିବା ବେଳେ କଂଗ୍ରେସ ପୁରୁଣା ଆଇଡିଆ ବୋଲି ଆଖ୍ୟା ଦେଇଛି। କଂଗ୍ରେସ ସରକାର ବେଳେ ଜିଲ୍ଲା ସ୍ତରରେ ଖେଳାଳିଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲା ସ୍ତରରେ ଖେଳ ପ୍ରତିଯୋଗିତା ଆରମ୍ଭ କରିଥିଲା।ହେଲେ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି  ଏସବୁ କରୁଛି,କିନ୍ତୁ ଏହାର ଉଦ୍ଦେଶ୍ୟ ଭଲ ନୁହେଁ  ବୋଲି କହିଛି କଂଗ୍ରେସ। ନିର୍ବାଚନ ପୂର୍ବରୁ ବିଜୁ ଯୁବବାହିନୀ କରିଥିଲେ, ହେଲେ କଣ ହେଲା ବୋଲି ପ୍ରଶ୍ନ କରିଛି ବିଜେପି। ଜବାବରେ ବିଜେଡି କହିଛି ଯୁବକଙ୍କ ଭିତରେ ଟିମ୍ ସ୍ପିରିଟ ତିଆରି କରିବା ଏବଂ ପ୍ରତିଭାକୁ ଆଗକୁ ଆଣିବା ପାଇଁ ପ୍ରଯାସ ପ୍ରୟାସ କରାଯାଉଛି ଏଥିରେ କୌଣସି ରାଜନୀତି ନାହିଁ।

ପ୍ରତି ବ୍ଲକରେ ୮ଟି ଏବଂ ପ୍ରତି ଜିଲ୍ଲାରେ ୩୨ ଟି ଟିମ୍ କରାଯିବ।  ପୌର ପରିଷଦରେ ୧୬ ଟିମ କରାଯିବ। ମୟୁରଭଞ୍ଜରେ  ପ୍ରିମିୟର ଲିଗ ସଫଳ ହେଲେ ସରକାରୀ ସ୍ତରରେ ପ୍ରତିପଞ୍ଚାୟତରେ ପ୍ରତିଯୋଗିତା ଆୟୋଜନ କରାଯିବ ।

   Related Posts