ସରିଲା ନବ ନିର୍ବାଚିତ ବିଜେଡି ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ
26/05/2019 at 12:46 PM

ଭୁବନେଶ୍ବର ୨୬/୫: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନବ ନିର୍ବାଚିତ ବିଜେଡ଼ି ସାଂସଦଙ୍କ ବୈଠକ ସରିଛି। ବୈଠକ ପରେ ସାଂସଦମାନେ ବିଭିନ୍ନ ପ୍ରକାର ସୂଚନା ଜାରି କରିଛନ୍ତି। ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଜାରି ରହିବା ସହ ଲୋକସଭାରେ ବିଜେଡି ନେତା କିଏ ହେବ ଆଲୋଚନା ହୋଇନି। ରାଜ୍ୟର ସ୍ବାର୍ଥକୁ ଯିଏ ପ୍ରାଧାନ୍ୟ ଦେବ ତା ସହ ବିଜେଡି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମଦୂରତ୍ବ ପ୍ରସଙ୍ଗ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପୂର୍ବରୁ ସ୍ପଷ୍ଟ କରିଛନ୍ତି।
ଆସ୍କାରେ ନିର୍ବାଚିତ ହୋଇଥିବା ସାଂସଦ ପ୍ରମିଳା ବିଶୋୟୀ ସଂସଦରେ ମହିଳାଙ୍କ ସମସ୍ୟା ଉତ୍ଥାପନ କରିବେ ବୋଲି କହିଛନ୍ତି। ରାଜ୍ୟର ସ୍ବାର୍ଥକୁ ସଂସଦରେ ଉପସ୍ଥାପନା କରିବାକୁ ନବୀନ ପରାମର୍ଶ ଦେଇଛନ୍ତି।
।
Related Posts
ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
5 March 2021