ଜଗି ଓ ବୈଜୟନ୍ତଙ୍କୁ ମୁହଁତୋଡ ଜବାବ ଦେଲେ ବିଜେଡି ସାଂସଦ, 'କିପରି ଜଣେ ମହିଳା ସାଂସଦଙ୍କ ଚରିତ୍ର ସଂହାରକାରୀଙ୍କୁ ସୁରକ୍ଷା ଦେଉଛ ? ପ୍ରଭୂ ଜଗନ୍ନାଥଙ୍କ ରାଜ୍ୟ ଓ ସଂସ୍କୃତିକୁ ଅପମାନିତ କରୁଥିବା ବ୍ୟକ୍ତିମାନେ ପାକିସ୍ତାନ ଚାଲିଯାଆନ୍ତୁ'

Published By : Prameya-News7 Bureau | October 18, 2020 IST

ଭୁବନେଶ୍ୱର, ୧୮୧୦:  'ଓଡ଼ିଶାରେ ପାକିସ୍ତାନ ଭଳି ଶାସନ ଚାଲିଛି '।  କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ଏହି ଟ୍ବିଟକୁ ନେଇ ଦେଖାଦେଇଛି ରାଜନୈତିକ ବୟାନବାଜି। ଆଜି ଟ୍ବିଟ କରି ବୈଜୟନ୍ତ ଓଡ଼ିଶା ଓ ମହାରାଷ୍ଟ୍ରର ଶାସନକୁ ତୁଳନା କରିଥିଲେ। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ ।

ଏହି ଟ୍ୱିଟରେ ବୈଜୟନ୍ତ  ଲେଖିଥିଲେ ଯେ, ମହାରାଷ୍ଟ୍ର ଓ ଓଡ଼ିଶାରେ ଯେଉଁଭଳି ଭାବେ ପୋଲିସ ହେପାଜତରେ ଜେରା, ସାମ୍ବାଦିକଙ୍କୁ ଆକ୍ରମଣ ଚାଲିଛି ଏ ସବୁ କିଛି ପାକିସ୍ତାନ ଭଳି ଚାଲିଛି ।  ତେବେ ବିଜୁ ଜନତା ଦଳର ୩ ଜଣ ସାଂସଦ ବୈଜୟନ୍ତଙ୍କୁ କଡା ସମାଲୋଚନା କରିଛନ୍ତି ।

କଥା କେବଳ ସୋସିଆଲ ମିଡିଆରେ ସୀମୀତ ରହିନାହିଁ । ଏହାକୁ ନେଇ ବୟାନବାଜି ଜୋର ଧରିଛି। ସେହିପରି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଟ୍ବିଟ କରି ଲେଖିଛନ୍ତି ଯଦି କେନ୍ଦ୍ରାପଡ଼ାକୁ ପାକିସ୍ତାନର ଅଂଶ ବୋଲି ସେ ଭାବୁଛନ୍ତି ତେଣୁ ସେ କେନ୍ଦ୍ରାପଡ଼ା ଓଡ଼ିଶା ଛାଡ଼ିଦେବାକୁ ତାଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ଅନୁଭବ।  ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ମାଟିକୁ କିପରି ପାକିସ୍ତାନ ସହ ତୁଳନା କଲେ ତାହା ମଧ୍ୟ ଅନୁଭବ ପ୍ରଶ୍ନ କରିଛନ୍ତି ।

wp:html /wp:html wp:html /wp:html

ସେହିପରି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି ଯେ, ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜଗି ପଣ୍ଡା ଜଣେ ମହିଳା ସାଂସଦଙ୍କୁ ଅପମାନିତ କରିଛନ୍ତି । ଏପରିକି ଜଣେ ସାମ୍ବାଦିକଙ୍କୁ ଘଣ୍ଟ ଘୋଡାଉଛନ୍ତି  ଯିଏ ସର୍ବକନିଷ୍ଠ ସାଂସଦଙ୍କ ମର୍ଯ୍ୟାଦା ହାନି କରିଛନ୍ତି ।

wp:html /wp:html

ସେହିପରି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ବୈଜୟନ୍ତ ସେହି ରାଜ୍ୟକୁ ପାକିସ୍ତାନ ସହ ତୁଳନା କରିଛନ୍ତି ଯେଉଁ ରାଜ୍ୟ ତାଙ୍କୁ ସାଂସଦ କରିଥିଲା । ସେହି କେନ୍ଦ୍ରାପଡାବାସୀ, ସମାନ ତୁଳସୀ କ୍ଷେତ୍ରରୁ ସେ ସାଂସଦ ହୋଇଥିଲେ । ପାକିସ୍ତାନ କହି ସେ ସମସ୍ତ ଓଡିଆ ଓ ଓଡିଶାର ସଂସ୍କୃତିକୁ ଅପମାନିତ କରିଛନ୍ତି । ବୈଜୟନ୍ତ ଓ ଜଗି ସେହି ରିପୋର୍ଟଙ୍କୁ ସୁରକ୍ଷା ଦେଉଛନ୍ତି ଯିଏ ଜଣେ ସାଂସଦଙ୍କ ମିଛ ଓ ଅଶ୍ଲୀଳ ଭିଡିଓ ଭାଇରାଲ କରିଥିଲେ । ବାକ୍ ସ୍ୱାଧିନତାର ଅର୍ଥ ମିଛ ଖବର ପ୍ରସାରଣ କରିବା ନୁହେଁ ।

wp:html /wp:html

କେବଳ ବିଜେଡିର ସାଂସଦ ନୁହେଁ ବୈଜୟନ୍ତଙ୍କ ଟ୍ୱିଟକୁ ଅନେକ ବ୍ୟକ୍ତି ସମାଲୋଚନା କରିବା ସହ ଟ୍ରୋଲ୍ ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.