Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ବୈଜୟନ୍ତଙ୍କ ବିରୋଧରେ ଲୋକସଭାର ଶୂନ୍ୟକାଳରେ ବିଜେଡି ଉଠାଇଲା ମନି ଲଣ୍ଡରିଂ ପ୍ରସଙ୍ଗ

13/02/2019 at 9:48 AM

ନୂଆଦିଲ୍ଲୀ ୧୩|୨: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ଫାଙ୍କି ଓ ବିଦେଶରୁ ବେଆଇନ୍‌ ଉପାୟରେ ପୁଞ୍ଜି ଆଣିବା ଅଭିଯୋଗକୁ ଲୋକସଭାରେ ଉଠାଇଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ବୈଜୟନ୍ତଙ୍କ ମନି ଲଣ୍ଡରିଂ ମାମଲାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଶୂନ୍ୟ କାଳରେ କେତେକ ପ୍ରଶ୍ନ କରିଥିଲେ। ପୂର୍ବତନ ସାଂସଦ ପଣ୍ଡା ବାହାମାସରେ ଆକାଉଣ୍ଟ ଖୋଲିବା ନେଇ ଏହି ପ୍ରଶ୍ନ ଉଠିଛି।

ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପ୍ରଶ୍ନ କରିଥିଲେ ଯେ, ଭାରତୀୟ ପାସପୋର୍ଟ ରଖିଥିବା ବୈଜୟନ୍ତ ପଣ୍ଡା ବାହାମାସରେ ଆକାଉଣ୍ଟ ଖୋଲିବା ପୂର୍ବରୁ ଆରବିଆଇର ଅନୁମତି ନେଇଥିଲେ କି ? ଭର୍ତ୍ତୃହରି କହିଛନ୍ତି, ଯଦି ସେ ସମୟରେ ବୈଜୟନ୍ତ ଏନଆରଆଇ ଥିଲେ କିମ୍ବା ଅଧ୍ୟୟନ ପାଇଁ ବାହାରକୁ ଯାଇଥିଲେ, ତେବେ ଭାରତ ଫେରିବା ପରେ ସେ ଆରବିଆଇକୁ ଏ ବିଷୟରେ ସୂଚନା ଦେଇଥିଲେ କି ? କାରଣ ଆଇନ ଅନୁସାରେ ଏହା ନିତ୍ୟନ୍ତ ଆବଶ୍ୟକ। ଆହୁରି ମଧ୍ୟ ସେ ପଚାରିଥିଲେ ଯେ, ବାହାମାସରେ ଆକାଉଣ୍ଟ ବନ୍ଦ କରିବା ବେଳେ ବୈଜୟନ୍ତ ଆରବିଆଇକୁ ଏ ବିଷୟରେ ସୂଚନା ଦେଇଥିଲେ କି ? ଭାରତୀୟ ଆଇନ ଅନୁସାରେ ବିଦେଶରେ ଆକାଉଣ୍ଟ ବନ୍ଦ କରିବା ପରେ ଏହି ଟଙ୍କା ପ୍ରଥମେ ଭାରତୀୟ ବ୍ୟାଙ୍କକୁ ଆସିବା କଥା। ବୈଜୟନ୍ତ ପଣ୍ଡା ବାହାମାସ ଆକାଉଣ୍ଟର ଟଙ୍କାକୁ ଭାରତୀୟ ବ୍ୟାଙ୍କକୁ ଆଣିଥିଲେ କି ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି। ଯଦି ଆଇନର ଏସବୁ ସର୍ତ୍ତାବଳୀକୁ ବୈଜୟନ୍ତ ପୂରଣ କରିନାହାନ୍ତି ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ହେବା ଉଚିତ ବୋଲି ଭର୍ତ୍ତୃହରି କହିଛନ୍ତି । ଏହାଛଡା ଫରେନ ଏକ୍ସଚେଂଜ ଆଇନ ଉଲ୍ଲଂଘନ ଓ ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଅପରାଧିକ ମାମଲା ହେବା ଦରକାର ବୋଲି ବିଜେଡି କହିଛି।

ସେପଟେ ଏହାର ଜବାବ ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ଯେ, ବାହାମାସ୍‌ରେ ତାଙ୍କର କିମ୍ବା ତାଙ୍କ ପରିବାର ଦ୍ବାରା ପରିଚାଳିତ କୌଣସି କମ୍ପାନୀର ଆକାଉଣ୍ଟ ନାହିଁ। ଗତ ୬୦ ବର୍ଷ ହେଲା ତାଙ୍କ ପାରିବାରିକ କମ୍ପାନୀ ଗୁଡ଼ିକ ସାରା ବିଶ୍ବରେ ବ୍ୟବସାୟିକ କାରବାର କରିଛନ୍ତି। ତେବେ ଏସବୁ କାରବାର ସରକାରୀ ବିଧି ବ୍ୟବସ୍ଥାରେ କରାଯାଇଛି। ଆର୍‌ବିଆଇ ଭଳି ଅଧିକୃତ କର୍ତ୍ତୃପକ୍ଷଙ୍କୁ ଜଣାଇ ଓ ସେମାନଙ୍କ ଅନୁମତିରେ ହୋଇଛି। ଏସମସ୍ତ ବିଷୟ ପବ୍ଲିକ ଡୋମେନ୍‌ ବା ସର୍ବସାଧାରଣରେ ଉପଲବ୍ଧ ରହିଛି ବୋଲି ବୈଜୟନ୍ତ କହିଛନ୍ତି ।

   Related Posts