ଦିଲ୍ଲୀରେ ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡ଼ି ସାଂସଦ

Published By : Prameya-News7 Bureau | December 20, 2018 IST

ନୂଆଦିଲ୍ଲୀ ୨୦/୧୨:ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ସମର୍ଥନ  ଜଣାଇବା ପାଇଁ ପ୍ରସ୍ତାବ ଦେବା ପାଇଁ  ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ବାସଭବନରେ ପ୍ରସ୍ତାବ ପତ୍ର ପ୍ରଦାନ କଲେ ବିଜେଡିର ରାଜ୍ୟସଭା ଓ ଲୋକସଭା ସାସଂଦ। ବିଧାନସଭାରେ ମହିଳା ସଂରକ୍ଷଣ ପ୍ରସ୍ତାବ ଗୃହୀତ ହୋଇସାରିଛି।    ଏହା ଭଲ ପଦକ୍ଷେପ ଏବଂ ଏ ନେଇ ନବୀନଙ୍କୁ ପ୍ରଶଂସା କରିଛନ୍ତି ଏବଂ ଶୁଭେଚ୍ଛା ଜଣାଇଛନ୍ତି  ଉପରାଷ୍ଟ୍ରପତି। ଉଚିତ ସମୟରେ ଉଚିତ ପ୍ଲାଟଫର୍ମରେ ଏହାକୁ ଉଠାଇବା  ସହ ଏହାକୁ ଉପରାଷ୍ଟ୍ରପତି ସମର୍ଥନ କରିବେ ବୋଲି କହିଥିବା ସୂଚନା ଦେଇଛନ୍ତି ସାସଂଦ ପ୍ରସନ୍ନ ଆଚାର୍ଯ୍ୟ। ସାସଂଦ ପ୍ରତାପ ଦେବ, ପ୍ରସନ୍ନ ଆଚାର୍ଯ୍ୟ,କଳିକେଶ ସିଂ ଦେଓ,ପ୍ରତ୍ୟୁଷା ମହେଶ୍ବରୀ, ଅନୁଭବ ମହାନ୍ତି, ସିଦ୍ଧାନ୍ତ ଆଚାର୍ଯ୍ୟ, ଭର୍ତ୍ତୁହରି ମହତାବ,କୁଳମଣି ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଉପରାଷ୍ଟ୍ରପତିଙ୍କୁ ଭେଟିଥିଲେ।

wp:gallery {"ids":[65741,65742]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.