Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ସମାନ ନାଗରିକ ସଂହିତା ଲାଗି ପଦକ୍ଷେପ ନିଅନ୍ତୁ ମୋଦି ସରକାର : ଭର୍ତ୍ତୃହରି ମହତାବ

7/12/2021 at 7:14 PM

ନୂଆଦିଲ୍ଲୀ ୭।୧୨: ଦେଶରେ ୟୁନିଫର୍ମ ସିଭିଲ କୋଡ ବା ସମାନ ନାଗରିକ ସଂହିତା (ୟୁସିସି) ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପଦକ୍ଷେପ ନିଅନ୍ତୁ। ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଲୋକସଭାରେ ଏହି ଦାବି କରିଛନ୍ତି। ତେବେ ୟୁସିସି ଦାବି କରିବାରେ ମହତାବ ପ୍ରଥମ ସାଂସଦ ନୁହନ୍ତି। ତାଙ୍କ ପୂର୍ବରୁ ଶାସକ ଦଳର ସାଂସଦ ନିଶିକାନ୍ତ ଦୁବେ ମଧ୍ୟ ଏହି ଦାବି କରିଥିଲେ।  ହେଲେ ଏ ଦିଗରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନର କେତେ ପ୍ରଗତି ହୋଇଛି ତାହା ଜାଣିବାକୁ ଭର୍ତ୍ତୃହରି ମଙ୍ଗଳବାର ଗୃହରେ ପ୍ରସଙ୍ଗ ଉଠାଇଥିଲେ। 

ସେ କହିଥିଲେ ଯେ ସରକାର ପ୍ରସଙ୍ଗରେ ଅନୁନ୍ୟ ଏକ କମିଟି ଗଠନ କରି ଆଲୋଚନା ଆରମ୍ଭ କରିଦେବା ଦରକାର। ଏହା ୟୁସିସି ସମ୍ପର୍କିତ ଓ କୌଣସି ଧାର୍ମିକ ସଂହିତା ନୁହେଁ। ଏହା ଦ୍ୱାରା ଦେଶବାସୀଙ୍କ ଉପରେ କୌଣସି ଧର୍ମ ଥୋପି ଦିଆଯାଉନି। ଦେଶର ସମ୍ବିଧାନ ପ୍ରସ୍ତୁତି କାଳରେ ଏ ନେଇ ବିତର୍କ ବି ହୋଇଥିଲା। ତେବେ ସେତେବେଳେ ଦେଶ ବିଭାଜନ ସମୟ ଦେଇ ଗତି କରୁଥିବାରୁ ସାମାଜିକ ଧାର୍ମିକ ସଂହିତାକୁ ବର୍ତ୍ତମାନ ଲାଗି ଛାଡିଦେବା ଦରକାର ବୋଲି ତତ୍କାଳୀନ ନେତୃବୃନ୍ଦ ଅନୁଭବ କରିଥିଲେ। କାରଣ ଗତ କିଛି ବର୍ଷରୁ ଦେଶରେ ଏହାର ପ୍ରଚଳନ ଆରମ୍ଭ ହୋଇସାରିଥିଲାବୋଲି ମହତାବ ସଂସଦରେ କହିଛନ୍ତି।

ତେବେ ଭାରତ ସ୍ୱାଧୀନତାର ୭୫ ତମ ବାର୍ଷିକ ପାଳନ କରୁଛି। ଏବେ ଆମକୁ ଏ ସନ୍ଦର୍ଭରେ ନୂଆ କରି ବିଚାର କରିବା ଦରକାର ବୋଲି ସାଂସଦ କହିଛନ୍ତି।  ତେବେ ଚଳିତବର୍ଷ ଦେଶର ଦୁଇ ପ୍ରମୁଖ ଉଚ୍ଚ ନ୍ୟାୟାଳୟ (ଦିଲ୍ଲୀ ଓ ଏଲହାବାଦ ହାଇକୋର୍ଟ) ୟୁସିସି ଥିବା ନେଇ ଘୋଷଣା କରିଥିବା ମହତାବ ଗୃହକୁ କହିଛନ୍ତି। ସେ କହିଛନ୍ତି ଯେ ସମାନ ନାଗରିକତା ସଂହିତା ଦେଶର ସବୁ ନାଗରିକଙ୍କ ପାଇଁ। ସେ ଯେଉଁ ଧର୍ମର ହୋଇଥାନ୍ତୁ, ନାଗରିକର ବିବାହ, ବିଚ୍ଛେଦ, ପୌଷ୍ୟ ଗ୍ରହଣ, ଉତ୍ତରାଧିକାର ଏହି ଅଧିକାରରେ ସମାନ ନିୟମର ପରିକଳ୍ପନା। ତେବେ ଏହାର ଅର୍ଥ ନୁହେଁ ଯେ ଧର୍ମ ଉପରେ ହିନ୍ଦୁ କୋଡ ଥାପିବା ବୋଲି ମହତାବ କହିଛନ୍ତି।

ଏ ବାବଦରେ ଦିଲ୍ଲୀ ହାଇକୋର୍ଟ ଓ ଏଲହାବାଦ ହାଇକୋର୍ଟ ମଧ୍ୟ କହିସାରିଲେଣି। ଏଣୁ ଏବେ କାର୍ଯ୍ୟପାଳିକାକୁ ଆଗକୁ ଆସିବାକୁ ପଡିବ ବୋଲି ମହତାବ କହିଛନ୍ତି। ଏଥିଲାଗି ସରକାର ଅନୁନ୍ୟ ଏକ କମିଟି ଗଠନ କରନ୍ତୁ। ତେବେ ମହତାବଙ୍କ ଏହି ଦାବି ପୂର୍ବରୁ ଗତ ଡିସେମ୍ବର ୧ ତାରିଖ ଦିନ ବିଜେପି ସାଂସଦ ନିଶିକାନ୍ତ ଦୁବେ ଗୃହରେ ସ୍ୱାଧୀନତାର ୭୫ ବର୍ଷ ପରେ ବି ଆମେ ଦେଶରେ ସମାନ ନାଗରିକ ସଂହିତା ଆଣି ପାରିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଏଥିଲାଗି ସରକାର ତୁରନ୍ତ ଏକ ଆଇନ ପ୍ରଣୟନ କରନ୍ତୁ ବୋଲି ସେ ଦାବି କରିଥିଲେ।

   Related Posts