Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଦୂରଦର୍ଶନ ବିରୋଧରେ ସିଇଓଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେଡ଼ି

28/03/2019 at 9:57 AM

ଭୁବନେଶ୍ବର ୨୮|୩ : ଦୂରଦର୍ଶନ  ଖବରରେ  ପକ୍ଷପାତିତାକୁ  ନେଇ  ପୁଣିଥରେ  ନିର୍ବାଚନ  କମିଶନଙ୍କଠାରେ ଫେରାଦ ହୋଇଛି ବିଜୁ ଜନତା ଦଳ । ଦୂରଦର୍ଶନ ଖବରରେ ବିଜୁ ଜନତା ଦଳକୁ କିଭଳି ବ୍ଲାକ୍ ଆଉଟ୍ କରାଯାଇଛି ଏବଂ ବିଜେପି ପ୍ରଚାରରେ ନିୟୋଜିତ କରାଯାଇଛି ତାହାର ପ୍ରମାଣ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛି ଦଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଦୂରଦର୍ଶନ ବିଜେପି ପ୍ରଚାରରେ ଲାଗିଛି ବୋଲି ବିଜେଡ଼ି ପକ୍ଷରୁ ପୁଣି କମିଶନଙ୍କୁ ଜଣାଇଦିଆଯାଇଥିବା  ବେଳେ  ଭୁବନେଶ୍ବର  ଦୂରଦର୍ଶନ (ନ୍ୟୁଜ୍)ର  ସହକାରୀ  ନିର୍ଦ୍ଦେଶକ ବଦ୍ରିନାରାୟଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।

ପୂର୍ବରୁ ଗତ ୨୦ ତାରିଖରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ  ଭେଟି ବିଜେଡ଼ି ଏ ସଂକ୍ରାନ୍ତରେ ଆପତ୍ତି କରିଥିଲା । ଜନସାଧାରଣଙ୍କ ଟିକସରେ ଚାଲୁଥିବା କେନ୍ଦ୍ର ସରକାରଙ୍କର ଏହି ସଂସ୍ଥା ନିର୍ଦ୍ଧିଷ୍ଟ ଭାବେ ବିଜେପି ପାଇଁ ପ୍ରଚାର କରଛୁ । ଖାସ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସର୍ବାଧିକ ଗୁରୁତ୍ବ ଦେଇ ଖବର ପ୍ରସାରଣ କରୁଛି । ଏହା ନିର୍ବାଚନ ଆଚରଣ ବିଧିର ସ୍ପଷ୍ଟ ଉଲ୍ଲଂଘନ ବୋଲି ଜଣାଇଥିଲା । ମାତ୍ର କମିଶନଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଦୂରଦର୍ଶନ ପୂର୍ବବତ୍ ବିଜେପି ପ୍ରଚାର କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଛି, ସେଥିରୁ ହଟିନାହିଁ । ନିର୍ବାଚନ ଆଚରଣ ବିଧିକୁ ସମ୍ମାନ ଜଣାଇ କମିଶନ ତ୍ବରିତ  ପଦକ୍ଷେପ  ଗ୍ରହଣ  କରିବାକୁ ଅନୁରୋଧ କରାଯାଇଛି ।

   Related Posts