ବିଧାନସଭାରେ ଏବେ ବିରୋଧୀ ଭୂମିକାରେ ଶାସକ ବିଧାୟକ : ପ୍ରତିକଥାରେ ଘେରୁଛନ୍ତି ମନ୍ତ୍ରୀଙ୍କୁ, ପଢନ୍ତୁ କେତୋଟି ଉଦାହରଣ

Published By : Prameya-News7 Bureau | July 25, 2019 IST

ଭୁବନେଶ୍ବର ୨୫|୭: ବିଧାନସଭାରେ ବିରୋଧୀ ଭୂମିକାରେ ଶାସକ । ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଯେତିକି ଘେରୁ ନାହାନ୍ତି ଶାସକ ଦଳର ସଦସ୍ୟ ସେତିକି ଅଡୁଆରେ ପକାଉଛନ୍ତି । ପ୍ରଶ୍ନ ଓ ଅତିରିକ୍ତ ପ୍ରଶ୍ନ ପଚାରି ସରକାରଙ୍କୁ ଆକ୍ରମଣ କରୁଛନ୍ତି । ଆଉ ତାହା ସହ ଶୂନ୍ୟକାଳରେ ସରକାଙ୍କୁ ଘେରୁଛନ୍ତି ବିଜେଡିର କିଛି ନୂଆ ପୁରୁଣା ସଦସ୍ୟ । ଆଉ ଶାସକ ଦଳର ବିଧାୟକଙ୍କ ଏପରି ଆଚରଣକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି  ବିରୋଧୀ କହିଛନ୍ତି ବିରୋଧୀ ନୁହେଁ ଶାସକ ଦଳ ସଦସ୍ୟଙ୍କ ସରକାରଙ୍କ ଉପରେ ଭରସା ନାହିଁ ।

ଯେତେବେଳେ ସବୁ ଶତ୍ରୁ ନିଶ୍ଚିହ୍ନ ହୋଇଯାଆନ୍ତି ସେତେବେଳେ ଶତ୍ରୁ ନିଜ ଭିତରୁ ସୃଷ୍ଟି ହୁଏ। ଆତ୍ମାରୁ ଜାତହୁଏ ଅନ୍ତଃସ୍ବର। ଆଉ ଏବେ ଏହି ଅନ୍ତଃସ୍ବର ହିଁ ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇଛି ।  ସରକାଙ୍କୁ ଅଡୁଆରେ ପକାଇଛି। ଥରେ କି ଦୁଇଥର ନୁହେଁ ବାରମ୍ବାର। ବିଧାନସଭାରେ ଶାସକ ଦଳ ବିଧାୟକମାନେ ସରକାରଙ୍କୁ ଯେୁଉଁଭଳି ସଣ୍ଢୁଆସି ଆକ୍ରମଣ କରିଛନ୍ତି ଖୋଦ୍‌ ବିରୋଧୀ ସଦସ୍ୟ ବି ଚକିତ ହୋଇଛନ୍ତି ।

ପ୍ରଶ୍ନ କାଳ ହେଉ ବା ଶୂନ୍ୟକାଳ, ପ୍ରଶ୍ନ ଓ ଅତିରିକ୍ତ ପ୍ରଶ୍ନ କରି ସରକାରଙ୍କ ପାରିବା ପଣିଆଉପରେ ପ୍ରଶ୍ନଚିହ୍ନ ଲଗାଉଛନ୍ତି।  ଆଜି ବି ବିଧାନସଭାରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଜଳସେଚନ ବିଭାଗର ପ୍ରଶ୍ନ କାଳରେ ଶାସକ ଦଳର ନୂଆ ବିଧାୟକବିଷ୍ଣୁବ୍ରତ ରାଉତରାୟ ଓ ଲତିକା ପ୍ରଧାନ, ସୌମ୍ୟରଞ୍ଜନ ପଟ୍ଟନାୟକ ସରକାଙ୍କୁ ଅତିରିକ୍ତ ପ୍ରଶ୍ନ କରି ମନ୍ତ୍ରୀଙ୍କୁ ଅଡୁଆରେ ପକାଇଥିଲେ ।ସରକାର ଚେକଡ୍ୟାମ କରିବା କଥା କହୁଥିଲେ ବି ତାହା ଚାଲୁନି ବୋଲି ସଫା ସଫା ବତେଇଥିଲେ ।

ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳର ନେତା । ସରକାରଙ୍କୁ ଟାଗେର୍ଟ କରି ନରସିଂହ ମିଶ୍ର କହିଥିଲେ ବିଧାନସଭାରେ ସରକାରଙ୍କ ଠାରୁ ସଠିକ ଉତ୍ତର ମିଳୁନି ।ସରକାର ଅନେକ ସମୟରେ ପ୍ରସଙ୍ଗ ଟାଳୁଛନ୍ତି । ଏକଥା ବିରୋଧୀ ସଦସ୍ୟ ନୁହେଁ ଖୋଦ ଶାସକ ଦଳର ସଦସ୍ୟ ବି କହିଲେଣି ।

ପଞ୍ଚମ ଥର ସରକାର। ପାଖରେ ୧୧୨ ସଂଖ୍ୟା । ତଥାପି ବିଭିନ୍ନ ପ୍ରସଙ୍ଗରେ ଉତ୍ତର ରଖି ନପାରି ହଟହଟା ହେଉଛନ୍ତି ମନ୍ତ୍ରୀ । ପୂର୍ବରୁ ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରଦୀପ ମହାରଥୀ, ଭୂପିନ୍ଦର ସିଂହଙ୍କ ଠାରୁ ଆରମ୍ଭ କରି ନୂଆ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପରି ବିଧାୟକ ପ୍ରଶ୍ନଶର ମାରିଥିଲେ । ତେବେ ସୁସ୍ଥ ପରମ୍ପାରର ଦ୍ବାହି ଦେଇ ଉତ୍ତର ରଖିଛି ବିଜେଡି। କହିଛି ଗୃହରେ ନିଜ ନିଜ କଥା କହିବା ଓ ଲୋକଙ୍କ ପ୍ରଶ୍ନ ଉଠାଇବାରେ ଅଡୁଆ କେଉଁଠି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.