Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ବିଜେପି ଫେରାଦ ପ୍ରସଙ୍ଗ : ବିଜେଡି ବିଧାୟକ ପ୍ରତାପ ଦେବ କହିଲେ- ରାଜନୈତିକ ଷ୍ଟଣ୍ଟ ବା ଡ୍ରାମା କରୁଛି ବିଜେପି

29/09/2021 at 1:34 PM

ଭୁବନେଶ୍ବର ୨୯।୯: ପିପିଲିରେ କେନ୍ଦ୍ରୀୟ ବଳ ମୁତୟନ ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ବିଜେପି ଫେରାଦ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ସେ କହିଛନ୍ତି, ରାଜନୈତିକ ଷ୍ଟଣ୍ଟ ବା ଡ୍ରାମା କରୁଛି ବିଜେପି । ଆଜିକାଲି ଭିତରେ ପିପିଲି ନିର୍ବାଚନ ହେଉନି । ନିର୍ବାଚନ ପ୍ରକ୍ରିୟା ଚାଲିଛି ।

୫ ମାସ ଭିତରେ ବିଜେପିକୁ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଗଲାନାହିଁ । ହଠାତ ୪୮ ଘଣ୍ଟା ପୂର୍ବରୁ ଜଣାପଡ଼ିଲା କି ? ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହା ଏକ ରାଜନୈତିକ ଚାଲ୍ ଭୟର ବାତାବରଣ ସୃଷ୍ଟି କରିବାକୁ । ଏହାକୁ ସତ ପ୍ରମାଣିତ କରିବାକୁ ମଙ୍ଗଳବାର ରାତିରେ ତାଙ୍କ ଦଳର ସାତଶଙ୍ଖ ଅଫିସରେ ତାଙ୍କ ଦଳୀୟ କର୍ମୀ ବୋମା ପକାଇଛନ୍ତି । ସେମାନେ କାହିଁକି ପୋଲିସରେ ଅଭିଯୋଗ କରିନାହାନ୍ତି ।

ବୁଧବାର ସକାଳେ ମାଧପୁର ଛକରେ ଶୂନ୍ୟରେ ମଧ୍ୟ ବୋମା ମାଡ ହୋଇଛି । ଏହାକୁ ବିଜେଡ଼ି କଡ଼ା ଭାଷାରେ ନିନ୍ଦା କରୁଛି । ପିପିଲିରେ ବାତାବରଣ ଶାନ୍ତି ଶୃଙ୍ଖଳା ଅଛି । ବିଜେପିର ଏ ଆଭିଯୋଗ ଭିତ୍ତିହୀନ ବୋଲି ପ୍ରତାପ ଦେବ କହିଛନ୍ତି ।

   Related Posts