କରୋନାରୁ ସୁସ୍ଥ ହେଲେ ବିଧାୟକ ପ୍ରଶାନ୍ତ ବେହେରା, ରିପୋର୍ଟ ଆସିଲା ନେଗେଟିଭ

Published By : Prameya-News7 Bureau | July 11, 2020 IST

ସାଲେପୁର ୧୧।୦୭: ରାଜ୍ୟରେ କରୋନା ସଂକ୍ରମଣ କାୟା ମେଲାଇବାରେ ଲାଗିଛି। ଦିନକୁ ଶହ ଶହ ସଂଖ୍ୟାରେ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସାଧାରଣ ଜନତାଙ୍କଠୁ ନେଇ ଅଫିସର, ବିଧାୟକ କରୋନାର ଶିକାର। ଏହା ମଧ୍ୟରେ କରୋନାରୁ ସୁସ୍ଥ  ହେଲେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ଆଜି ନେଗେଟିଭ୍ ଆସିଛି।

ସୂଚନାଯୋଗ୍ୟ ନୀଳଗିରି ବିଧାୟକଙ୍କ ପରେ ଜୁଲାଇ ୮ ତାରିଖରେ କଟକ ଜିଲ୍ଲାର ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କ ପିଏସଓ ଡ୍ରାଇଭର୍  ମଧ୍ୟ ଆକ୍ରାନ୍ତ ହୋଇଥିଲେ। ବିଧାୟକ ଶ୍ରୀ ବେହେରା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଚିନ୍ତା ବଢ଼ିଯାଇଥିଲା। ବିଧାୟକଙ୍କ ସହିତ କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି, ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। ଏବେ  ବିଧାୟକ ପ୍ରଶାନ୍ତ ବେହେରା କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି।

ସେହିପରି କିଛି ଦିନ ତଳେ ନୀଳଗିରି ବିଧାୟକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲା । ଯାହାପରେ ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନୀଳଗିରି ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.