ଗଣଶିକ୍ଷା ମନ୍ତ୍ରୀ ସମୀରଙ୍କୁ ପ୍ରଦୀପ ମହାରଥୀ କହିଲେ- ‘ଛୁଆ ଜନ୍ମ କରି ବାଞ୍ଝ ଦୋଷ ଦୂର କରିଦେଲେ ଚଳିବନି’… ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | November 20, 2019 IST

ଭୁବନେଶ୍ବର ୨୦।୧୧: ଆଜି ମଧ୍ୟ ଆଟାକିଂ ମୁଡ୍ ରେ ପ୍ରଦୀପ ମହାରଥୀ । ଆଜି ମହାରଥୀଙ୍କ ଶିକାର ହୋଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଗୃହରେ ବିଭିନ୍ନ ବିଭାଗ ଉପରେ ଆଲୋଚନା ଚାଲିଛି । ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ । ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରଶ୍ନତ୍ତୋର କାଳରେ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ସ୍କୁଲଗୁଡିକରେ ପାଇଖାନା ନିର୍ମାଣ ନେଇ ସୂଚନା ଦେଇଥିଲେ ।

{"id":187056,"sizeSlug":"large"}

ମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ରାଜ୍ୟରେ ୧୬ ହଜାର ୧୧୭ଟି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପାଇଖାନା ନିର୍ମିତ ହୋଇଛି । ୨୮୮ଟି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ପାଇଖାନା ତିଆରି ହୋଇଛି । କେବଳ କେନ୍ଦ୍ରାପଡାର ଗୋଟିଏ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଇଖାନା ନାହିଁ ।

{"id":187061,"width":581,"height":390,"sizeSlug":"large"}

ସେହିପରି ୧୧ଟି ସରକାରୀ ଅନୁଦାନପ୍ରାପ୍ତ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଇଖାନା ନାହିଁ । ସ୍ଥାନ ଅସୁବିଧା ଯୋଗୁଁ ଏହା ସମ୍ଭବ ହୋଇପାରିନି । ବିଭାଗ ଏଥିପାଇଁ ପଦକ୍ଷେପ ନେଉଛି ବୋଲି ମନ୍ତ୍ରୀ କହିଛନ୍ତି ।

{"id":187062,"sizeSlug":"large"}

ମନ୍ତ୍ରୀ ସମୀର ଦାଶଙ୍କ ଉତ୍ତର ପରେ ତାଙ୍କୁ ଆଜି ଟାର୍ଗେଟ୍ କରିଥିଲେ ଶାସକ ଦଳର ବିଧାୟକ ପ୍ରଦୀପ ମହାରଥୀ । ମନ୍ତ୍ରୀଙ୍କୁ ମହାରଥୀ କହିଥିଲେ ଯେ, ଖାଲି ଛୁଆ ଜନ୍ମ କରି ବାଞ୍ଝ ଦୋଷ କାଟିଦେଲେ ହେବନି । ପାଇଖାନା କଲେ କ'ଣ ହେବ? ପାଣିର ବନ୍ଦୋବସ୍ତ କରିଛନ୍ତି କି ବୋଲି ମହାରଥୀ ତୀର୍ଯକ ପ୍ରଶ୍ନ କରିଥିଲେ । ଏଥିସହ ପାଇଖାନା ସଫା କରିବାକୁ ସୁଇପର୍ ରଖିଛ କି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ।

ମହାରଥୀଙ୍କ ଏଭଳି ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ସମୀର ଦାଶ କହିଥିଲେ ଯେ, ପାଣି ବ୍ୟବସ୍ଥା ଅଛି କିନ୍ତୁ ସୁଇପର୍ ପାଇଁ ସରକାରଙ୍କର କିଛି ମଞ୍ଜୁରୀ ନାହିଁ ।

{"id":187063,"sizeSlug":"large"}

ଗତକାଲି ମଧ୍ୟ ବିଧାନସଭାରେ ପ୍ରଦୀପ ମହାରଥୀ ଦୁଇ ଦୁଇ ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ପ୍ରଶ୍ନବାଣ ଏବଂ କଟାକ୍ଷରେ ଘାଇଲା କରିଥିଲେ । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଦୀପ ମହାରଥୀ ପାନୀୟ ଜଳ ଯୋଗାଣ ସଂପର୍କରେ ପ୍ରଶ୍ନ ପଚାରିଥିଲେ । ପ୍ରତି ଘରକୁ ୨୦୨୦ ସୁଦ୍ଧା ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ନିକଟ ଅତୀତରେ ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ବିବୃତ୍ତିକୁ ଉଦ୍ଧାର କରି ପ୍ରଦୀପ ମହାରଥୀ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ୍ କରିଥିଲେ । ତେବେ ମନ୍ତ୍ରୀ ଜେନା ସ୍ପଷ୍ଟ କରିଥିଲେ ଯେ, ୨୦୨୪-୨୫ସୁଦ୍ଧା ସବୁ ଘରକୁ ପାନୀୟ ଜଳ ଯୋଗାଣ କରାଯିବ ।

{"id":187066,"sizeSlug":"large"}

ସେହିଭଳି ମନ୍ତ୍ରୀ ଶ୍ରୀ ଜେନାଙ୍କ ପାଖରେ ବସିଥିବା କୃଷି ମନ୍ତ୍ରୀଙ୍କୁ ମଧ୍ୟ ମହାରଥୀ କଟାକ୍ଷ କରିଥିଲେ । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ସେ ବିଶ୍ବ କଳାକାର ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ, ଚଳିତ ମନ୍ତ୍ରୀମଣ୍ଡଳରେ ପ୍ରଦୀପ ମହାରଥୀ ସ୍ଥାନ ପାଇନାହାନ୍ତି । ଫଳରେ ସେ ଗୃହରେ ଅନ୍ୟ ମନ୍ତ୍ରୀମାନଙ୍କୁ ହରଡଘଣାରେ ପକାଉଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.