ରାଜଧାନୀରେ ରାଜନୈତିକ ହିଂସା : ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ଜେନାଙ୍କ ଉପରକୁ ବୋମା ମାଡ : ଗୁରୁତର ଭାବେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | April 22, 2019 IST

ଭୁବନେଶ୍ୱର ୨୨/୪ : ଭୁବନେଶ୍ୱର ମଧ୍ୟ ବିଧାନସଭା ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରକୁ ବୋମା ମାଡ ହୋଇଛି | ବୋମା ମାଡରେ ଅନନ୍ତ ଜେନା ଏବଂ ତାଙ୍କ ସହଯୋଗୀ ଡିମା ଗୁରୁତର ଆହତ ହୋଇଛନ୍ତି | ଲକ୍ଷ୍ମୀ ସାଗର ଥାନା ଅନ୍ତର୍ଗତ ଝାରପଡା କେନାଲ ରୋଡ଼ରେ ଯାଉଥିବାବେଳେ ଅଚାନକ କିଛି ଦୁର୍ବୁର୍ତ୍ତ ତାଙ୍କ ଉପରକୁ ବୋମା ମାଡ କରିଥିଲେ | ବୋମା ମାଡ ଫଳରେ ଅନନ୍ତଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି | ଅନନ୍ତଙ୍କ କାରର କାଚ ଭାଙ୍ଗି ଚୂନ ଚୂନ ହୋଇଯାଛି |

{"id":105913}

ଅନନ୍ତଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ହସ୍ପିଟାଲରେ ବିଜେଡି କର୍ମୀ ଏବଂ ଅନନ୍ତ ଜେନାଙ୍କ ସମର୍ଥକଙ୍କ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା | ଉତ୍ତେଜନା ଯୋଗୁଁ ହସ୍ପିଟାଲରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିଲେ | ବୋମା ମାଡ କିଏ କରିଛି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି | ତଦନ୍ତ ପାଇଁ ୨ଟି ଟିମ ଗଠନ କରାଯାଇଥିଲା | ଯେଉଁ ଅଂଚଳରେ ବୋମା ମାଡ ହୋଇଥିଲା ସେହି ଅଂଚଳକୁ ଯାଇ ୨ଟି ଟିମ ତଦାରଖ କରିଛନ୍ତି |

{"id":105911}


ସୂଚନାଯୋଗ୍ୟ ଯେ, ଅନନ୍ତ ଗତକାଲି ରାତି ୨ଟା ପର୍ଯ୍ୟନ୍ତ ହସ୍ପିଟାଲରେ ଥିଲେ | ବିଳମ୍ବିତ ରାତି ଯାଏଁ ତାଙ୍କର ଚିକିତ୍ସା ଚାଲିଥିଲା | ଗତକାଲି ରାତିରେ ୧୦ ରୁ ୧୨ ଜଣ ଯୁବକ ଆସି ତାଙ୍କ ଗାଡିକୁ ଅଟକାଇଥିଲେ | ଗାଡି ଅଟକାଇ ଦୁର୍ବୃତ୍ତମାନେ ଅନନ୍ତଙ୍କ ଉପରକୁ ୩ଟି ବୋମା ମାଡ କରିଥିଲେ | ଯେଉଁଥିପାଇଁ ସେ ଗୁରୁତର ଆହତ ହୋଇଥିଲେ | ତେବେ ବୋମା ମାଡ ପଛରେ କାହାର ହାତ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ବିରୋଧୀମାନେ ଏହି ବୋମା ମାଡ କରିଥିବା ଅନନ୍ତଙ୍କ ସମର୍ଥକ ଆଶଙ୍କା କରୁଛନ୍ତି | ପୋଲିସ ଘଟଣାର ତଦନ୍ତ ଜାରି ରଖିଛି |

{"id":105912}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.