Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ସିବିଆଇ ପାଖରେ ହାଜର ହେବା ପାଇଁ ଉତ୍କଣ୍ଠିତ ବୋଲି କହିଲେ ଅରୁଣ ସାହୁ

1/02/2019 at 11:41 AM

ଭୁବନେଶ୍ୱର ୧|୨: ଚିଟ୍‌ ଫଣ୍ଡ ଦୁର୍ନିତି ମାମଲାରେ ସିବିଆଇଠାରୁ ନୋଟିସ୍‌ ପାଇଥିବା ବିଜେଡିର ଦୁଇ ବିଧାୟକଙ୍କ ମଧ୍ୟରୁ ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଆଜି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗତ ୩୦ ତାରିଖ ସଂଧ୍ୟାରେ ସିବିଆଇ ଏ ଦୁଇ ନେତାଙ୍କୁ ନୋଟିସ୍‌ ଜାରି କରିଛି ବୋଲି ଖବର ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ଅରୁଣ ଆଜି ପ୍ରତିକ୍ରିୟା ରଖିଛନ୍ତି। ଅରୁଣ କହିଛନ୍ତି ଯେ ସିବିଆଇ ପାଖରେ ହାଜର ହୋଇ ସେ ସମସ୍ତ ତଥ୍ୟ ରଖିବେ। ଦୀର୍ଘ ସାଢେ ଚାରି ବର୍ଷ ପରେ ସିବିଆଇ ନୋଟିସ୍‌ ଦେଇଥିବାରୁ ସିବିଆଇ କଣ ପଚାରିବାକୁ ଚାହୁଁଛି ତାକୁ ନେଇ ମଧ୍ୟ ସେ ଉତ୍ସୁକ ଥିବା ପ୍ରକାଶ କରିଛନ୍ତି। ସଚିବାଳୟଠାରେ ଗଣମାଧ୍ୟମର ଏ ସଂପର୍କିତ ପ୍ରଶ୍ନର ଧାଡିକିଆ ପ୍ରତିକ୍ରିୟା ରଖି ଅରୁଣ ଚାଲିଯାଇଛନ୍ତି।

   Related Posts