ହୋମ୍ କ୍ବାରେଣ୍ଟାଇନ୍‌ରେ ବିଧାୟକ ଅମର ଶତପଥୀ : ପିଏସ୍‌ଓ, ଡ୍ରାଇଭର ଓ ୨ କର୍ମଚାରୀ କରୋନା ପଜିଟିଭ୍

Published By : Prameya-News7 Bureau | July 29, 2020 IST

ଭୁବନେଶ୍ବର ୨୯।୭: କ୍ବାରେଣ୍ଟାଇନ୍‌ରେ ବଡଚଣା ବିଧାୟକ । ବିଜେଡି ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ବିଧାୟକଙ୍କ ପିଏସଓ, ଡ୍ରାଇଭର ଓ ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଥିବା ନେଇ ସୂଚନା ମିଳିଛି ।

ଅନ୍ୟପଟେ ଅମର ପ୍ରସାଦ ଶତପଥୀଙ୍କ ଘରେ କାର୍ଯ୍ୟ କରୁଥିବା କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ନିଜେ ବିଧାୟକ ସ୍ପଷ୍ଟ କରିଛନ୍ତି । ଏନେଇ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଏହାସହ ପ୍ରଥମ ଆଣ୍ଟିବଡି ଟେଷ୍ଟରେ ସେ ଓ ତାଙ୍କ ପରିବାର ସଦସ୍ୟ କରୋନା ମୁକ୍ତ ଅଛନ୍ତି ବୋଲି ବିଧାୟକ ନିଜ ଭିଡିଓ ବାର୍ତ୍ତାରେ ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଇଛନ୍ତି ବୋଲି କହିଛନ୍ତି ।

ପୂର୍ବରୁ ବିଧାୟକ ସୁକାନ୍ତ ନାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ବିଧାନସଭାର ୫ କର୍ମଚାରୀ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ବନ୍ଦ କରିଦିଆଯାଇଥିଲା ।

ଅନ୍ୟପଟେ ଲୋକସେବା ଭବନରେ ମଧ୍ୟ କରୋନା ଭୟ ଦେଖାଦେଇଥିଲା । ଲୋକସେବା ଭବନର କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସରକାରଙ୍କ ଚିନ୍ତା ବଢିଥିଲା । ଯାହା ଫଳରେ ଲୋକସେବା ଭବନକୁ ସାନିଟାଇଜ୍ କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.