Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ବିଜେଡିର ମିଶ୍ରଣ ପର୍ବ : ବିଜେପି ଛାଡି ଶଙ୍ଖ ଧରିଲେ ସାହାରପଡା ବ୍ଲକ୍ ଅଧ୍ୟକ୍ଷାଙ୍କ ସହ ଅନେକ କର୍ମୀ

23/07/2021 at 12:57 PM

ପାଟଣା,୨୩/୦୭: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେପି ଗଡ଼ କୁହା ଯାଉଥିବା ସାହାରପଡା ବ୍ଲକର ଅଧକ୍ଷା ରମ୍ଭାବତୀ ଦେହୁରୀ ବିଜେଡିରେ ସାମିଲ ହୋଇଛନ୍ତି । ସେ ଭୁବନେଶ୍ୱର ଠାରେ ମିଶ୍ରଣ ପର୍ବରେ ବିଜୁ ଜନତା ଦଳରେ  ମିଶିଛନ୍ତି  ।

ତାଙ୍କ ସହ ରାଇଡିହା ପଞ୍ଚାୟତର ସରପଞ୍ଚ ପାର୍ବତୀ ହୋ, ନରେନ୍ଦ୍ର ମହାନ୍ତ ଦିବାକର ମହାନ୍ତ,ନମିତା ମହାନ୍ତ,ନୀଳକଣ୍ଠ ଦେହୁରୀ ପ୍ରମୁଖ  ବିଜେପି ଛାଡି ବିଜେଡିରେ ଯୋଗଦାନ କରିଛନ୍ତି।  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି  ଆଦର୍ଶରେ ଅନୁପ୍ରାଣିତ  ହୋଇ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ  ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ କର୍ମୀମାନେ ସାମିଲ ହୋଇଛନ୍ତି।

ଭୁବନେଶ୍ୱର ସ୍ଥିତ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟର ପରିସରରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏଥିରେ  ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ଉପସଭାପତି ତଥା ଘଷିପୁରା ବିଧାୟକ ଶ୍ରୀ ବଦ୍ରି ନାରାୟଣ ପାତ୍ର, ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାଏକ, ଆନନ୍ଦପୁର ବିଧାୟକ ଶ୍ରୀ ଭାଗିରଥି ସେଠୀ, ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାଏକ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଆଶିଷ ଚକ୍ରବର୍ତ୍ତୀ,ଜିଲ୍ଲା ସଭାପତି ଶ୍ରୀ ମାଧବ ସର୍ଦ୍ଦାର, ଜିଲ୍ଲା ଯୁବ ସଭାପତି ଶ୍ରୀ ରାକେଶ କୁମାର ରାମ ଏବଂ କେନ୍ଦୁଝର ଜିଲ୍ଲାର ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ନୂତନ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଥିବା ନେତୃମଣ୍ଡଳୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ନବାଗତଙ୍କ  ଯୋଗଦାନ ଦଳକୁ ଆହୁରି ସୁଦୃଢ କରିବ ବୋଲି ପାଟଣା ବିଧାୟକ ଜଗନ୍ନାଥ ନାଏକ କହିଛନ୍ତି।

   Related Posts