ଭୁବନ ବ୍ଲକରେ ବିଜେଡିର ମିଶ୍ରଣ ପର୍ବ, ବିଭିନ୍ନ ଦଳର ଶତାଧିକ କର୍ମୀ ମିଶିଲେ

Published By : Prameya-News7 Bureau | November 08, 2021 IST

ଭୁବନ ୮।୧୧: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ବିଜେଡି ଦଳ ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଗଡନୃସିଂହପ୍ରସାଦ ଏବଂ ବାଲିବୋ ପଞ୍ଚାୟତର ବିଭିନ୍ନ ରାଜନୈତିକ ଦଳର ଶତାଧିକ କର୍ମୀ ବିଜେଡିରେ ମିଶିଛନ୍ତି । ଗଡନୃସିଂହପ୍ରସାଦ ପଞ୍ଚାୟତର ସରପଞ୍ଚ ତପନ କୁଅଁର ତାଙ୍କର ଶତାଧିକ କର୍ମୀମାନଙ୍କ ସହିତ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦେଇଛନ୍ତି ।

{"id":540426,"width":753,"height":339,"sizeSlug":"full","linkDestination":"none"}

ସେହିପରି ବାଲିବୋ ପଞ୍ଚାୟତର ଯୁବ ବିଜେପି ନେତା ଜନସନ ବର୍ଦ୍ଧନଙ୍କ ନେତୃତ୍ବରେ ଦୁଇ ଶହରୁ ଉର୍ଦ୍ଧ୍ବ ସମର୍ଥକ ବିଜେଡିରେ ସାମିଲ ହୋଇଛନ୍ତି ।  ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳର ନୀତି ଆଦର୍ଶକୁ ଆଲୋଚନା କରିଥିଲେ ।  ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରି ଅଧିକରୁ ଅଧିକ ମଜବୁତ ହେବ କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ମିଶ୍ରଣ ପର୍ବରେ ବିଜେଡିର ଶତାଧିକ କର୍ମୀ ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.