ବିଜେଡି ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ, ସକ୍ରିୟ ସଦସ୍ୟ ଭାବେ ପ୍ରଥମେ ସଦସ୍ୟ ସଂଗ୍ରହ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | September 02, 2019 IST

ଭୁବନେଶ୍ବର ୨।୯- ବିଜେଡି ସଦସ୍ୟ ସଂଖ୍ୟା ବଢ଼ାଇବାକୁ ଅଭିଯାନ ଆରମ୍ଭ କଲା ।ଏବେ ବିଜେଡି ଦଳର  ସଭ୍ୟ ସଂଖ୍ୟା ୪୭ ଲକ୍ଷ ଥିବା ବେଳେ ଏହାକୁ ୭୦ ଲକ୍ଷ ପାର୍‌ କରାଇବାକୁ ଲକ୍ଷ୍ୟ ରଖିଛି । ମୁଖ୍ୟମନ୍ତ୍ରୀ  ନୂଆ ସଦସ୍ୟତା ଅଭିଯାନର ସୋମବାରରେ ଶୁଭାରମ୍ଭ କରିଛନ୍ତି ।

{"id":152271}

ସଦସ୍ୟ ସଂଖ୍ୟା ବଢ଼ାଇବାକୁ ବିଜେଡିର ଅଭିଯାନ  । ଗଣେଶ ପୂଜାରୁ ଭୁବନେଶ୍ବରରୁ ସଦସ୍ୟତା ଅଭିଯାନର ଶ୍ରୀଗଣେଶ କରିଛନ୍ତି ମୁଖ୍ୟମନ୍ତ୍ରୀ  । ନିଜେ ଆକ୍ଟିଭ ମେମ୍ବର ହୋଇ ୨୪ ଜଣ ନୂଆ ଲୋକଙ୍କୁ ବିଜେଡିର ସଦସ୍ୟ ବନାଇଛନ୍ତି।  ଏବେ ଦଳରେ ୪୭ ଲକ୍ଷ ସଦସ୍ୟ ଅଛନ୍ତି । ଦୁଇମାସ ଭିତରେ ପାଖାପାଖି ୨୫ ଲକ୍ଷ ନୂଆ ଲୋକଙ୍କୁ ଦଳର ସଭ୍ୟ ଭାବେ ଯୋଡିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି।  ପ୍ରତିବର୍ଷ ଗାନ୍ଧି ଜୟନ୍ତୀରୁ  ଜୟପ୍ରକାଶ ଜୟନ୍ତୀ ଦଳ ଯେଉଁ ପଦଯାତ୍ରା କରେ ସେତେବେଳେ ବି ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିବ । ଉଭୟ ଅନଲାଇନ ଏବଂ ଅଫ୍ ଲାଇନ ବ୍ୟବସ୍ଥାରେ ଦଳ ଏହି ଟାର୍ଗେଟ୍ ହାସଲ କରିବାକୁ ଯୋଜନା କରିଛି ।

{"id":152272}

ଏବେ ସାଧାରଣ ନିର୍ବାଚନ ନାହିଁ । କିନ୍ତୁ ଦଳର ଏଭଳି ବଡ଼ ଧରଣର ସଦସ୍ୟତା ଅଭିଯାନ ପଛରେ ବିଜେପିକୁ କାଉଣ୍ଟର କରିବା ଯୋଜନା ରହିଛି ବୋଲି ଆଲୋଚନା ହେଉଛି। ବିଜେପି ଏବେ ତାର ସଭ୍ୟ ସଂଖ୍ୟା ୫୦ ଲକ୍ଷରେ ପହଞ୍ଚାଇ ସାରିଛି। ତେବେ ବିଜେଡି ସଦସ୍ୟତା ପାଇଁ ଆଧାରକାର୍ଡ ଲିଙ୍କ୍ ଜରୁରୀ ବୋଲି ଦଳ ପକ୍ଷରୁ ସର୍ତ୍ତ ରହିଥିବାରୁ ଏହାକୁ ବିରୋଧୀ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି।

{"id":152273}

 ବିଜେଡି ସରକାରରେ ଥିବାରୁ ଯେଉଁମାନେ ଥରେ ଦଳର ସଦସ୍ୟ ହୋଇ ପରବର୍ତ୍ତୀ ଅବସ୍ଥାରେ ବିଜେପି କିମ୍ବା କଂଗ୍ରେସକୁ ଯାଆନ୍ତି ସେମାନେ ସରକାରୀ ଯୋଜନାରୁ ବଞ୍ଚିତ ହେବେନି ତ ଏଭଳି ପ୍ରଶ୍ନ ସାମ୍ନାକୁ ଆସୁଛି । ଏକଥା ବି ବିରୋଧୀ ଆଶଙ୍କା କରୁଛନ୍ତି ଯେ ବିଭିନ୍ନ ସରକାରୀ ଯୋଜନାର ଲାଭ ଆଧାର କାର୍ଡ ଲିଙ୍କ୍‌ କରାଇଥିବା ବିଜେଡି ସଦସ୍ୟମାନେ ଆଗୁଆ ହାତେଇ ନେବେନି ତ।  ତେବେ ବିରୋଧିଙ୍କ ଏଭଳି ଆଶଙ୍କାକୁ ବିଜେଡି ଖଣ୍ଡନ କରିଛି।

{"id":152274}

ଆସନ୍ତାକାଲି ଢେଙ୍କାନାଳ ଓ ବାଲେଶ୍ବର ଜିଲ୍ଲାରେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହେବ।

{"id":152275}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.