ପାଟଣା: ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ କର୍ମୀଙ୍କୁ ମନ୍ତ୍ର ଦେଲେ ନବୀନ

Published By : Prameya-News7 Bureau | December 23, 2020 IST

ପାଟଣା୨୩/୧୨: ବୁଧବାର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ଠାରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ସମେତ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ପାଟଣା ବ୍ଲକ ଅଧକ୍ଷ ବିଶ୍ଵନାଥ ନାଏକ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ସୌମ୍ୟଶଙ୍କର ଚକ୍ର, ରାଜ୍ୟ ସାଧାରଣ ସମ୍ପାଦକ ଅଞ୍ଜନ କୁମାର ବେଜ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ସାହୁ, ବିଜୁ ଛାତ୍ର ଜନତା ଦଳର ପାଟଣା ବ୍ଲକ ସଭାପତି ତନ୍ମୟ କୁମାର ନାଏକ, ସାହାର ପଡା ବ୍ଲକର ସଭାପତି ପ୍ରଣବ କୁମାର ପହି, ଜିଲ୍ଲା ଉପସଭାପତି ବିପ୍ଳବ କୁମାର ପୃଷ୍ଟି, ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବେହେରା ସାହାରପଡା ବ୍ଲକର ଯୁବ ସଭାପତି ସତ୍ୟନାରାୟଣ ପଣ୍ଡାଙ୍କ ସମେତ କାନନ ବିହାରୀ ପୋହି, ରାମରାୟ ମୁନ୍ଦିୟା, ଖିରେଇଟାଙ୍ଗିରୀ ପଞ୍ଚାୟତର ସମିତି ସଭ୍ୟ ରମେଶ ନାଏକ, ଯୁବନେତା ଦୀପକ କୁମାର ମଣ୍ଡଳ, ଦିଲ୍ଲୀପ କୁମାର ମଣ୍ଡଳ, ଚିନ୍ତାମଣି ନାଏକ, ରାଜୁ ମହାନ୍ତ, ବିଷ୍ଣୁପ୍ରିୟା ନାଏକ ସୁକାନ୍ତି ମହାନ୍ତ, ଅରୁଣ କୁମାର ମହାନ୍ତ, ଭରତ ପାତ୍ର ପ୍ରମୁଖ ଯୋଗଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.