Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆଜି ଭଦ୍ରକରେ ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ, ସାମିଲ ହେବେ ବହୁ ଯୁବ ନେତା

31/01/2021 at 7:21 AM

ଭଦ୍ରକ ୩୧।୦୧: ଆଜି ଭଦ୍ରକରେ ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହେବ। ଏନେଇ ଭଦ୍ରକ ଜିଲ୍ଲା ନେହେରୁ ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ବହୁ ଯୁବ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଯୁବ ନେତୃତ୍ୱ ଭଦ୍ରକ ଜିଲ୍ଲାର ତୃଣମୂଳ ସ୍ତରର ଯୁବ, ଛାତ୍ର କର୍ମୀ ମାନଙ୍କୁ ଆଗାମୀ ନିର୍ବାଚନର ମନ୍ତ୍ର ଦେବେ ।

ରାଜ୍ୟ ସରକାରଙ୍କ ସମସ୍ତ ବିକାଶ ମୂଳକ କାର୍ଯ୍ୟ କିପରି ଜିଲ୍ଲାର କୋଣ ଅନୁକୋଣରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ଯୁବ, ଛାତ୍ର ନେତା ମାନଙ୍କୁ ଆହ୍ୱାନ ଦିଆଯିବ। ବିଜେଡ଼ିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ , ବିଧାୟକମାନେ ସମ୍ମିଳନୀରେ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ  ମାଧ୍ୟମରେ ସମ୍ବୋଧିତ କରିବେ ।

ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ଚାଲୁଥିବା ବେଳେ, ନିଜେ ରାଜ୍ୟ ବିଜୁ ଯୁବ ସଭାପତି ଓ ଭଦ୍ରକ ବିଧାୟକ, ଜିଲ୍ଲା ସଭାପତି ପ୍ରମୁଖ ନେହେରୁ ଷ୍ଟାଡିୟମରେ ବୁଲି ପ୍ରସ୍ତୁତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ବିଜେଡି ପତାକାରେ ଛାଇ ଯାଇଛି ଭଦ୍ରକ ସହର । ଦଳକୁ ମଜବୁତ କରିବା ସହ ସାଙ୍ଗଠନିକ କ୍ଷେତ୍ର ରେ ଏକ ହୋଇ କାମ କରିବାକୁ ବିଜୁ ଯୁବ ଛାତ୍ର କର୍ମୀ ମାନଙ୍କୁ ଦଳ ପକ୍ଷରୁ ଆହ୍ୱାନ ଦିଆଯିବ ବୋଲି କୁହାଯାଇଛି ।

   Related Posts