ଆଜି ନବୀନ ନିବାସରେ ପୂର୍ବାହ୍ନ ୧୧ଟାରେ ବସିବ ବିଜେଡି ସଂସଦୀୟ ଦଳ ବୈଠକ

Published By : Prameya-News7 Bureau | December 09, 2018 IST

ଭୁବନେଶ୍ଡର ୯/୧୨: ସେମ୍ବର ୧୧ରୁଆରମ୍ଭ ହେବ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ । ଏଥିପାଇଁ ଆଜି ନବୀନ ନିବାସରେ ପୂର୍ବାହ୍ନ ୧୧ଟାରେବସିବ ବିଜେଡି ସଂସଦୀୟ ଦଳ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।ବିଜେଡି କେଉଁ ପ୍ରସଙ୍ଗ ଲୋକସଭା ଓ  ରାଜ୍ୟସଭାରେ ଉପସ୍ଥାପନକରିବ ସେ ନେଇ ବିସ୍ତୃତ ଆଲୋଚନା କରାଯିବ। ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡିକରେ ମହିଳାଙ୍କପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଆରମ୍ଭ କରିଛନ୍ତି।ଏନେଇ ଓଡିଶା ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠିମଧ୍ୟ ଲେଖିଥିଲେ। ତେଣୁ ଏହି ପ୍ରସଙ୍ଗକୁ ସଂସଦରେ ଦଳ ପକ୍ଷରୁ ଦୃଢଭାବେ ଉପସ୍ଥାପନ କରାଯିବା ଉପରେଗୁରୁତ୍ବ ଦିଆଯିବ। ସେହିପରି ପୋଲାଭରମ,ମହାନଦୀ,ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଆଦି ପ୍ରସଙ୍ଗରେମଧ୍ୟ ଆଲୋଚନା ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.