Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଏକ୍ଜିଟ ପୋଲ୍ ପରେ କାଲି ଅମିତ ଶାହା ଏନଡିଏ ସାଙ୍ଗମାନଙ୍କୁ ଡିନର ପାଇଁ ଡାକିଛନ୍ତି, ଏପଟେ ଦର୍କାର ହେଲେ ଏନଡିଏରେ ସାମିଲ ହେବା ସଂକେତ ଦେଲାଣି ବିଜେଡି

20/05/2019 at 7:03 PM

ପୁଣି କେନ୍ଦ୍ରରେ ମୋଦି ସରକାର । ଅଧିକାଂଶ ଏକଜିଟ୍‌ ପୋଲର ଆକଳନ  ଏହାହିଁ କହୁଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଏନ୍‌ଡିଏ ପୁଣିଥରେ କେନ୍ଦ୍ରରେ କ୍ଷମତାକୁ ଫେରିବାର ସମ୍ଭାବନା ଦେଖାଦେଇଛି । ଏକଜିଟ୍‌ ପୋଲ ଆକଳନ  ପରେ ଏନ୍‌ଡିଏର ଆସନ୍ତାକାଲି ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଛି । ଏଥିରେ ସରକାର ଗଠନ ପ୍ରସ୍ତୁତି ବାବଦରେ ଆଲୋଚନା ହେବାର ଚର୍ଚ୍ଚା ହେଉଛି । ସେପଟେ କଂଗ୍ରେସ କହିଛି ସେମାନେ ଭଲ ପ୍ରଦର୍ଶନ କରିବେ ତେଣୁ ମେ ୨୩ କୁ ଅପେକ୍ଷା କରାଯାଉ ।

ଏକଜିଟ୍‌ ପୋଲ୍‌ କଣ ଏକଜାଟ୍‌ ପୋଲ୍‌ ହେବ ? ଏକ୍‌ଜିଟ ପୋଲ୍‌ର ଫଳାଫଳାକୁ ନେଇ ବିଜେପି ଶିବିର ଖୁବ ଉଲ୍ଲସିତ। ସେଥିପାଇଁ କାଲି ଅମିତ ଶାହା ଏନଡିଏ ସାଙ୍ଗମାନଙ୍କୁ ଡିନର ପାଇଁ ଡାକିଛନ୍ତି ।ଡିନର ବି ହେବ ଆଗକୁ କଣ ରଣନୀତି ରହିବ ତାକୁ ନେଇ ବି ଚର୍ଚ୍ଚା ବି ହେବ। ସେପଟେ ବିଜେପି ଆଜି ନିର୍ବାଚନ କମିଶନଙ୍କ ଭେଟି ପଶ୍ଚିମବଙ୍ଗରେ ଯେଉଁସବୁ ସ୍ଥାନରେ ହିଂସାକାଣ୍ଡ ଦେଖାଦେଇଛି ସେଠାରେ ରିପୋଲ କରିବା ଲାଗି ଦାବି କରିଛି। ସେହିପରି ନିର୍ବାଚନ ପରେ ପରେ ସେଠାରେ ହିଂସାକାଣ୍ଡ ହେବାର ଆଶଙ୍କା କରି ସେଠାରୁ କେନ୍ଦ୍ରୀୟ ଫୋର୍ସ ଅପସାରଣ ନ କରିବା ଲାଗି ଦାବି କରିଛି ।

ସେପଟେ ଏକଜିଟ୍ ପୋଲ୍କୁ ନେଇ ବିରୋଧୀ ଶିବିରରେ କମ୍ପନ । ବୁଥ୍‌ ବାହୁଡ଼ା ମତର ଅନ୍ୟ ସଙ୍କେତ ଦେଖି ବିରୋଧୀଙ୍କ ମୁଣ୍ଡ ଆଉ କାମ କରୁନି । କଂଗ୍ରେସ ଏକଜିଟ୍‌ ପୋଲକୁ ବିଶ୍ବାସ କରିପାରୁ ନାହିଁ । କଂଗ୍ରେସ କହିଛି ଏକଜିଟ୍‌ ପୋଲ ଏକଜାଟ୍‌ ପୋଲ ହେବନାହିଁ । ମେ ୨୩ କୁ ଅପେକ୍ଷା କରାଯାଉ।  ସେପଟେ ଫଳାଫଳ ଆସିବା ଦିନ ହିଁ ଅଣବିଜେପି ଦଳ ଗୁଡିକର ବୈଠକ ଡାକିଛନ୍ତି ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି। ୟୁପିଏ ନେତାଙ୍କ ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇପାରେ ବୋଲି ଆକଳନ କରାଯାଉଛି । ସେହଭଳି ଆଜି ଏସ୍‌ପି ନେତା ଅଖିଳେଶ ଯାଦବ ଓ ବିଏସ୍‌ପି ନେତା ମାୟାବତୀ ସାକ୍ଷାତ କରିଛନ୍ତି । ଏକଜିଟ୍‌ ପୋଲ ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ତେଣେ ଆଶା ହରାଇନାହାନ୍ତି ଚନ୍ଦ୍ରବାବୁ ନାଇଡୁ । ଚନ୍ଦ୍ରବାବୁ ନାଇଡୁ କୋଲକାତାରେ ପହଞ୍ଚି ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ବିରୋଧୀ ଏକାଠି ହୋଇ ବିଜେପିକୁ ସାମ୍ନା କରିବା ଲାଗି କସରତ ଜାରି ରଖିଛନ୍ତି।   

ସେପଟେ ବିଜେଡି ଆଜି ପୁଣି ସ୍ପଷ୍ଟ କରିଛି ଯେ କେନ୍ଦ୍ରରେ ଆବଶ୍ୟକ ପଡ଼ିଲେ ଦଳ ସରକାରରେ ସାମିଲ ହେବ।  ଓଡ଼ିଶାର ସ୍ବାର୍ଥକୁ ପୂରଣ କରୁଥିବା ଦଳକୁ ସମର୍ଥନ କରିବ ବୋଲି ବିଜେଡି କହିଛି ।

ଏକଜିଟ୍‌ ପୋଲର ଆକଳନ ଏକଜାଟ୍‌ ପୋଲ ଆକଳନ ସହ ମେଳ ଖାଉଛିକି ନା ତାହା ମେ ୨୩ ରେ ହିଁ ଜଣାପଡିବ ।କିନ୍ତୁ ଏହା ପୂର୍ବରୁ ସେୟାର ବଜାରରେ ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ସେନସେକ୍ସ ୧ ହଜାର ପଏଣ୍ଟ ବୃଦ୍ଧି ପାଇଛି।

   Related Posts