Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

କାହିଁକି ବାକି ରହିଲା ବିଜେଡିର ଆଉ ତିନି ବିଧାନସଭା ପ୍ରାର୍ଥୀ ଘୋଷଣା ? ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ପ୍ରକାଶ ପାଇବ ତାଲିକା !

3/04/2019 at 9:52 AM

ଭୁବନେଶ୍ବର ୩|୪ : ଆଉ ତିନୋଟି ବିଧାନସଭା ଆସନ ପାଇଁ ବିଜେଡି ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିବ । ଏହି ତିନୋଟି ବିଧାନସଭା ଆସନ ହେଲା କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ମୟୁରଭଞ୍ଜ ଜିଲ୍ଲାର ବାରିପଦା ଏବଂ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା । ଏହି ତିନୋଟି ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ତାଲିକା ଝୁଲି ରହିବା ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଉଛି । କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେବା ପଛରେ ସନା ଫ୍ୟାକ୍ଟର ରହିଥିବା କୁହାଯାଉଛି । ଶୁଣିବାକୁ ମିଳୁଛି ଏହି ଆସନରୁ ଚମ୍ପୁଆର ସ୍ବାଧୀନ ବିଧାୟକ ସନା ମହାକୁଡଙ୍କୁ ବିଜେଡି ଦଳରେ ସାମିଲ କରି ତାଙ୍କୁ ସେଠାରୁ  ପ୍ରାର୍ଥୀ କରିପାରେ ବା ସନା ମହାକୁଡଙ୍କ ପରାମର୍ଶରେ ଅନ୍ୟ କାହାକୁ ପ୍ରାର୍ଥୀ କରିପାରେ । କେନ୍ଦୁଝର ଜିଲ୍ଲାରେ ଅଦ୍ୟାବଧି ଦିଆଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ପ୍ରାର୍ଥୀ ସନା ମହାକୁଡଙ୍କ ପରାମର୍ଶରେ ଟିକେଟ୍ ପାଇଥିବା ଆଲୋଚନା ହେଉଛି । ଏପରିକି କେନ୍ଦୁଝର ଲୋକସଭା ଆସନ ପାଇଁ ଟିକେଟ୍ ପାଇଥିବା ଚନ୍ଦ୍ରାଣୀ ମୁର୍ମୁ ମଧ୍ୟ ସନା ମହାକୁଡଙ୍କ ପ୍ରାୟୋଜିତ ପ୍ରାର୍ଥୀ ବୋଲି ଶୁଣିବାକୁ ମିଳୁଛି ।

ଅପରପକ୍ଷରେ କେନ୍ଦ୍ରାପଡା ଓ ବାରିପଦା ପାଇଁ ଦଳକୁ ଉପଯୁକ୍ତ ପ୍ରାର୍ଥୀ ମିଳୁନଥିବା ଆଲୋଚନା ହେଉଛି । କେନ୍ଦ୍ରାପଡା ବିଧାୟକ କିଶୋକ ତରାଇ ଓ ବାରିପଦା ବିଧାୟକ ସାନନ୍ଦ ମାରାଣ୍ଡିଙ୍କ ଉପରେ ଦଳ ଭରସା କରିପାରୁନାହିଁ । ସାନନ୍ଦ ମାରାଣ୍ଡି ଉପବାଚସ୍ପତି ଅଛନ୍ତି । କିନ୍ତୁ ବିଜେଡି କରିଥିବା ସର୍ଭେରେ ତାଙ୍କ ସପକ୍ଷରେ ଉତ୍ସାହଜନକ ଚିତ୍ର ଆସିନାହିଁ । ସେଥିପାଇଁ ଦଳ ସେଠାରେ ଜଣେ ଉପଯୁକ୍ତ ପ୍ରାର୍ଥୀ ସନ୍ଧାନରେ ଅଛି ।

ସେହିଭଳି କେନ୍ଦ୍ରାପଡା ଆସନ ବାବଦରେ ଦଳ ଅଧିକ ସତର୍କତା ଅବଲମ୍ବନ କରୁଛି । କାରଣ ଉଭୟ କେନ୍ଦ୍ରାପଡା ଲୋକସଭା ଏବଂ କେନ୍ଦ୍ରାପଡା ବିଧାନସଭା ଦଳ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ହୋଇଛି । ବିଧାୟକ କିଶୋର ତରାଇଙ୍କୁ ରିପିଟ୍ କରିବାକୁ ଦଳ ସାହାସ କରିପାରୁନାହିଁ । ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପୁଅଙ୍କୁ ପ୍ରାର୍ଥୀ କରାଯିବ କି ନାହିଁ ତାକୁ ନେଇ ମଧ୍ୟ ବିଚାରବିମର୍ଶ ଜାରି ରହିଛି । ଗୋଟିଏ ପଟେ କେନ୍ଦ୍ରାପଡା ପାଟକୁରାରୁ ଟିକେଟ୍ ପାଇଥିବା ବେଦପ୍ରକାଶ ଅଗ୍ରଓ୍ବାଲ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅନ୍ୟପଟେ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଏଠାରେ ସିପ୍ରା ମଲ୍ଲିକ ମଧ୍ୟ ପ୍ରାର୍ଥୀ ହେବା ପାଇଁ ଅନ୍ୟତମ ଦାବିଦାର ଅଛନ୍ତି ।

ଗତକାଲି ଦୁଇଟି ଲୋକସଭା ଓ ୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଦଳର ଲୋକସଭା ପ୍ରାର୍ଥୀ ତାଲିକା ସଂପୂର୍ଣ୍ଣ ହୋଇଥିବାବେଳେ ବିଧାନସଭାର କେବଳ ଏହି ତିନୋଟି ଆସନ ବାକି ରହିଯାଇଛି । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଗସ୍ତ କରିବା ପୂର୍ବରୁ ସମ୍ଭବତଃ ଏହି ତିନୋଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିପାରନ୍ତି । କାରଣ ଏହି ତିନୋଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ଚମ୍ପୁଆ ତୃତୀୟ ପର୍ଯ୍ୟାୟ ନିର୍ବାଚନ ତାଲିକାରେ ରହିଛି । ଚମ୍ପୁଆ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଏପ୍ରିଲ ୪ତାରିଖ ଅର୍ଥାତ୍ ଆଉ ଗୋଟିଏ ଦିନ ହାତରେ ରହିଛି ।

   Related Posts