ବିଜେଡିର ଟିକେଟ୍ ବଣ୍ଟା ରାଜନୀତି : ନବୀନ ନିବସରେ ଆଶାୟୀଙ୍କ ଭିଡ, ୧୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ସମ୍ଭାବନା

Published By : Prameya-News7 Bureau | March 16, 2019 IST

ଭୁବନେଶ୍ବର ୧୬|୩ :  ରୋଚକ ହେଉଛି ବିଜେଡିର ଟିକେଟ ବଣ୍ଟା ରାଜନୀତି । କିଏ ବିଧାୟକ ଓ ସାଂସଦ ଥାଇ ବି ପୁଣି ଟିକେଟ ଖଣ୍ଡେ ପାଇଁ ନବୀନ ନିବାସ ଆଗରେ ଲମ୍ବା ଲାଇନରେ ଠିଆ ହେଲାଣି ତ ଆଉ କିଏ ଟିକେଟ ମିଳୁନି ଜାଣି ସିଧା ଦଳରୁ ଇସ୍ତଫା ଘୋଷଣା କରୁଛି । ପୁଣି କିଏ ନିଜେ ନହେଲେ ନାହିଁ ପଛେ ସ୍ତ୍ରୀ କିମ୍ବା ପୁଅ-ଝିଅଙ୍କ ପାଇଁ ଟିକେଟ ଲବି କରୁଛନ୍ତି । ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ଯେତିକି ପାଖଉଛି ବିଜେଡି ଭିତର ରାଜନୀତି ସେତିକି ଗରମ ହେଉଛି ।

ସେପଟେ ଆଉକିଛି ବିଧାୟକ ଓ ତାଙ୍କ ସମର୍ଥକ ନବୀନଙ୍କ ସାମ୍ନାରେ କହିଛନ୍ତି ଆମ ପ୍ରାର୍ଥିଙ୍କୁ ଟିକେଟ ନମିଳିଲେ ଦଳୀୟ ନେତାଙ୍କୁ ହରାଇ ଦେବୁ ।  ଟିକେଟ ବଣ୍ଟା ନେଇ ଏଭଳି ଚିତ୍ର ବିଜେଡି ରାଜନୀତିକୁ ସରଗରମ କରିଛି । ପ୍ରତିଦିନ ଏବେ କିଏ ନା କିଏ ଦଳରେ ମିଶୁଛି ତ ଆଉକିଏ ଦଳ ଛାଡୁଛି । କିଏ କେଉଁଠି ଟିକେଟ ପାଇବ ଏନେଇ ଏକ ପ୍ରକାର ଦଳ ସ୍ଥିର କରିସାରିଛି । କିନ୍ତୁ ବାୟୋଡାଟା ଧରି ବହୁ ଆଶାୟୀ ନବୀନ ନିବାସରେ ଭିଡ ଜମାଉଛନ୍ତି ।

ବିଜେଡି ବେଶିରେ ବେଶି ୧୭ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଟିକେଟ ଘୋଷଣା କରିଦେବ ବୋଲି କୁହାଯାଉଛି । ୪ ଲୋକସଭା ଓ ୨୮ ବିଧାନସଭା ପାଇଁ କିଏ ପ୍ରାର୍ଥି ହେବ ତାଉପରେ ମୋହର ଲାଗି ସାରିଛି । ତାପରେ ବି ଆଶାୟୀଙ୍କ ନବୀନ ନିବାସ ଆଗରେ ଟିକେଟ ପାଇଁ ଚକ୍କର ଥମୁନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.