Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଆସନ୍ତାକାଲିଠୁ ନିର୍ବାଚନ ପ୍ରଚାର ପାଇଁ ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ : ମାଗିବ ନିର୍ବାଚନ ଇସ୍ତାହାର ମତାମତ

4/03/2019 at 6:47 PM

ମୁଣ୍ଡ ଉପରେ ନିର୍ବାଚନ ।  କଣ ମନଲୋଭା ପ୍ରତିଶୃତି ନେଇ ଲୋକଙ୍କ ପାଖକୁ ଯିବେ ଦଳ ତା ପାଇଁ ମୁଣ୍ଡବିନ୍ଧା ଆରମ୍ଭ ହେଲାଣି । ପ୍ରସଙ୍ଗ କଣ ହେବ ତାର ତାଲିକା  ପ୍ରସ୍ତୁତ ପାଇଁ ଲୋକଙ୍କ ପାଖକୁ ଯିବାର ଏବେ ପ୍ରତିଯୋଗିତା। ପୂର୍ବରୁ ବିଜେପି ଓ କଂଗ୍ରେସ ଏହି ଅଭିଯାନ ଜାରି ରଖିଥିବା ବେଳେ ବିଜେଡି ବି କାଲି ବିଜୁ ଜୟନ୍ତୀରୁ ଆରମ୍ଭ କରୁଛି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ।

ଇସ୍ତାହାର ନାଁ ।  ସେହି ମଉକାରେ ରାଜ୍ୟର ୮୬  ଲକ୍ଷ ପରିବାରରେ ପହଞ୍ଚିବାକୁ ବିଜେଡିର ବ୍ଲୁପ୍ରିଣ୍ଟ ।  ଘରେ ଘରେ ଶଙ୍ଖ ।  ମତାମତ ଦିଅନ୍ତୁ ଆପଣ, ପାଳନ କରନ୍ତି ନବୀନ– ଏହି ନାରା ନେଇ ବିଜେଡି ୫ ମାର୍ଚ୍ଚରୁ ଯିବ ଲୋକଙ୍କ ପାଖକୁ । ବିଜେଡି ମହିଳା ମୋର୍ଚ୍ଚାର ସଦସ୍ୟମାନଙ୍କ ନେତୃତ୍ବରେ ଏହି କାମକୁ ତ୍ୱରାନ୍ୱିତ କରିବ ଦଳ । ବିକାଶ ସଂପର୍କରେ ଲୋକେ ଯାହା ରାୟ ଦେବେ ତାକୁ ଦଳ ଇସ୍ତାହାରରେ ସ୍ଥାନ ଦେବ । ବିଜେପି ଓ କଂଗ୍ରେସ ସେମାନଙ୍କ ଇସ୍ତାହାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ବିଜେଡି ବିଜୁ ଜୟନ୍ତୀରୁ ଏଭଳି ଏକ ଲୋକସଂପର୍କ କାର୍ଯ୍ୟକ୍ରମ ହାତକୁ ନେବାକୁ ଘୋଷଣା କରିଛି ।

ଏହା ଭିତରେ କଂଗ୍ରେସ ଓ ବିଜେପି ନିର୍ବାଚନୀ ଇସ୍ତାହାର ପାଇଁ ବହୁ ଆଗରୁ ସଜବାଜ ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ଜିତିଲେ କଂଗ୍ରେସ ପ୍ରତି ପରିବାରକୁ ମ୍ୟାରେଜ୍‌ କିଟ୍‌ ଦେବ ବୋଲି ଆଜି ଘୋଷଣା କରିଛି । ଋଣଛାଡ ଠାରୁ ଅନେକ କଥା ପ୍ରତିଶୃତି ଦେଇ ସାରିଛି ଦଳ । ଅନ୍ୟପଟେ ଇସ୍ତାହାରରେ ବିଜେପି କଣ ପ୍ରସଙ୍ଗ ରଖିବ ସେ ନେଇ ଲୋକଙ୍କ ଠାରୁ ମତାମତ ସଂଗ୍ରହ ଆରମ୍ଭ କରି ସାରିଛି ।

ତେବେ ପ୍ରଶ୍ନ ଉଠୁଛି ସବୁ ଦଳ ଇସ୍ତାହାର ପ୍ରସ୍ତୁତି ପୂର୍ବରୁ ଲୋକଙ୍କ ପାଖକୁ ଯିବାକୁ ଯେଉଁ ଅଭିନବ  ପ୍ରୟାସ କରୁଛନ୍ତି ତାହା କେତେ ପ୍ରତିଫଳିତ ହେବ ଇସ୍ତାହାରରେ? ଯଦି ହୁଏ ତାହେଲେ ତାହା ଏକ ଘୋଷଣାପତ୍ର ହୋଇଯିବ ନା ବାସ୍ତବ ରୂପାୟନ ହେବ ତାହା ମଧ୍ୟ ବଡ ପ୍ରଶ୍ନ । ଭୁବନେଶ୍ୱରରୁ କ୍ୟାମେରା ପର୍ସନ ଲକ୍ଷ୍ମୀଧର ଓ ଗୁଣ୍ଡିଚାଙ୍କ ସହ ଲକ୍ଷ୍ମୀଧର ମହାପାତ୍ର ଓ ସୁକାନ୍ତ ରାଉତରାୟଙ୍କ ରିପୋର୍ଟ ନ୍ୟୁଜ୍‌ ସେଭେନ୍‌ ।

   Related Posts