ମୋତେ ନଦେଲେ ପୁଅକୁ ଦିଅ ! ବିଜେଡିରେ ବରିଷ୍ଠ ନେତାଙ୍କ ଲବି ମୁଖିଆଙ୍କ ପାଇଁ ମୁଣ୍ଡବିନ୍ଧା

Published By : Prameya-News7 Bureau | March 19, 2019 IST

ଭୁବନେଶ୍ବର୧୯|୩: ପ୍ରଥମ ଦୁଇ ପର୍ଯ୍ୟାୟରୁ ଆଉ ୯ ବିଧାନସଭା ଟିକେଟ ଟେନସନ ଛିଣ୍ଡିନଥିବା ବେଳେ ବାକି ଦୁଇ ପର୍ଯ୍ୟାୟ ପାଇଁ ଆଶାୟିଙ୍କ ଲମ୍ବା ଲାଇନ ମୁଖିଆଙ୍କ ମୁଣ୍ଡ ବିନ୍ଧା ବଢାଇ ଦେଇଛି । ଏତିକି ବେଳେ ଦଳର ପୁରୁଖା ନେତା ପୁଅ ମାନଙ୍କ ପାଇଁ ଲବି ଆରମ୍ଭ କରିଦେଇଛନ୍ତି । ଆଉ କିଛି ବରିଷ୍ଠ ତ ଏକପ୍ରକାର ଯିଦି କରୁଛନ୍ତି ଟିକେଟ ନେବାକୁ । ଯାହାକୁ ନେଇ ବିଜେଡି ରାଜନୀତି ସରଗରମ ହୋଇଛି ।…

{"id":95133,"width":593,"height":373}

ମୋତେ ନଦେଲେ ପୁଅକୁ ଦିଅ । ବୟସ ପାଇଁ ଆଉ ନିର୍ବାଚନ ଲଢ଼ିପାରିବେନି ଭାବୁଥିବା ନେତା ବିଧାୟକମାନେ ଏବେ ପୁଅ ପାଇଁ ଲବି କରୁଛନ୍ତି । ପ୍ରଥମ ଦୁଇ ପର୍ଯ୍ୟାୟ ଟିକେଟ ବଣ୍ଟା ଏକ ପ୍ରକାର ସରିଥିଲା ବେଳେ ବାକି ଦୁଇ ପର୍ଯ୍ୟାୟ ପାଇଁ ଲବି ଯୋରଦାର ହେବାରେ ଲାଗିଛି । ଯେହେତୁ ପ୍ରଥମ ଓ ଦ୍ବୀତୀୟ ପର୍ଯ୍ୟାୟ ଟିକେଟ ବଣ୍ଟାରୁ ସ୍ପଷ୍ଟ ହୋଇଛି  ଯେ ୨୦୧୪ରେ ଲଢିଥିବା ପାଖାପାଖି ୫୦ ପ୍ରତିଶତ ବିଧାୟକଙ୍କ ଟିକେଟ କଟିଛି ସେଥିପାଇଁ ୩ୟ ଓ ୪ର୍ଥ ପର୍ଯ୍ୟାୟରେ ଥିବା ଆଶାୟୀଙ୍କ ଲବି ଜୋରଦାର ହୋଇଛି ।ସେପଟେ ବରିଷ୍ଠ ବିଜେଡି ନେତାମାନେ ଏବେ ନିଜ ପୁଅଙ୍କ ପାଇଁ ଲବି କରିବାକୁ ାସୁଥିବା ଦେଖିବାକୁ ମିଳିଛି । ବିଜୟଶ୍ରୀ ରାଉତରାୟ, ସୁରେନ୍ଦ୍ରନାଥ ନାୟକଙ୍କଭଳି କିଛି ନେକାଙ୍କୁ ଆଜି ନବୀନ ନିବାସ ସାମ୍ନାରେ ଦେଖିବାକୁ ମିଳିଛି ।  

{"id":95134,"width":593,"height":384}

କିଛି ବରିଷ୍ଠ ନେତା ଏବେବି ଅଡି ରହିଛନ୍ତି ।  ବାଲିକୁଦା ଏରସମାରୁ ବରିଷ୍ଠ ନେତା ଉମେଶ ସ୍ବାଇଁ ଟିକେଟ ନେବାକୁ ହକଦାର ବୋଲି ଦାବି କରିଛନ୍ତି । ସେହିଭଳି ମାହାଙ୍ଗାରୁ ବିକ୍ରମ ବର୍ମା ପ୍ରାର୍ଥୀ ହେବା ଆଶାରେ ନବୀନ ନିବାସରେ ପହଞ୍ଚିଛନ୍ତି ଆଉ ବଖାଣିଛନ୍ତି ବର୍ତ୍ତମାନ ବିଧାୟକ ପିସି ନେଉଥିବାରୁ ଲୋକେ ଚାହୁଁଛନ୍ତି ସେ ପ୍ରାର୍ଥୀ ହୁଅନ୍ତୁ। ସେପଟେ ରମେଶଚନ୍ଦ୍ର ଚ୍ୟାଉପଟନାୟକଙ୍କ ଭଳି ନେତା ଯିଏ ଟିକେଟ ପାଇଲେନି ସିଏ ମନବୁଝେଇ କହୁଛନ୍ତି ଦଳ ତାଙ୍କୁ କେଉଁଠି ନା କେଉଁଠି ଥଇଥାନ କରିବ ।

{"id":95135,"width":591,"height":360}

ସେପଟେ ପ୍ରଥମ ଦୁଇ ପର୍ଯ୍ୟାୟରୁ ବାକିଥିବା ୯ ବିଧାନସଭା ସିଟ ପାଇଁ ବି କିଛି କମ୍ ଲବି ହେଉନି । ଯେହେତୁ ସେଠି ଟିକେଟ ନମିଳିଲେ ଆଶାୟି ମାନେ ଦଳ ଛାଡିଯିବାଭଳି ସ୍ଥିତି ଅଛି ସେଥିପାଇଁ କସରତ ଟିକେ ଟାଇଟ ହେଉଛି । ଲାଞ୍ଚିଗଡ ଆସନରୁ ଆଶାୟି ବଳଭଦ୍ର ମାଝି ଓ ବ୍ରଜରାଜ ନଗରରୁ ଆଶାୟି ଅନୁପ ସାଏ ଆଜି ନବୀନ ନିବାସ ଆସି ଟିକେଟ ଖବର ବୁଝିଛନ୍ତି । ଆଜି ନହେଲେ କାଲି ସନ୍ଧ୍ୟା ସୁଧା ଏହି ୯ ସିଟର ଟିକେଟ ଘୋଷଣା ହେବାକୁ ଥିବାରୁ ଆଶାୟୀମାନେ ପୁରା କଳବଳ ଲଗାଇଛନ୍ତି ।

{"id":95136,"width":599,"height":409}

ଗ୍ରାଉଣ୍ଡ ରିପୋର୍ଟ ଆଧାରରେ ବିଜେଡି ପ୍ରାର୍ଥିଙ୍କୁ ଟିକେଟ ଦେଉଛି । କିନ୍ତୁ ସବୁ ଆଶାୟୀ ଏଥିରେ ସନ୍ତୁଷ୍ଟ ହେଉନାହାଁନ୍ତି । ଆଗଭଳି ଚୁପ୍  ବସିବା ସ୍ଥିତିରେ ବି ନାହାଁନ୍ତି ।

{"id":95138,"width":596,"height":396}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.