୮୦ଟି ଆସନରେ ବିଜେଡି, ୨୦ଟିରେ ବିଜେପି ଓ ୧୦ଟିରେ କଂଗ୍ରେସ ଆଗୁଆ

Published By : Prameya-News7 Bureau | May 23, 2019 IST

ଭୁବନେଶ୍ବର ୨୩|୫: ୮୦ଟି ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା ବେଳେ ୨୦ଟିରେ ବିଜେପି ଓ ୧୦ଟିରେ କଂଗ୍ରେସ ଆଗୁଆ ରହିଛି । ପଦ୍ମପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ରହିଛନ୍ତି । ଭଞ୍ଜନଗରରେ ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖ, ରେଢାଖୋଲରେ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ, ସମ୍ବଲପୁରରେ ବିଜେଡି ପ୍ରାର୍ଥୀ ରାଶେସ୍ବରୀ ପାଣିଗ୍ରାହୀ , ଢେଙ୍କାନାଳରେ ବିଜେଡି ପ୍ରାର୍ଥୀ ସୁଧିର ସାମଲ, ଭୁବନେଶ୍ବର ମଧ୍ୟରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ରାଉରକେଲାରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ଆଗୁଆ ରହିଛନ୍ତି ।

ସେହିଭଳି ହିଞ୍ଜିଳିରୁ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ, ବାଙ୍କୀ ବିଜେଡି ପ୍ରାର୍ଥୀ ଦେବରଞ୍ଜନ ତ୍ରିପାଠୀ, ନୂଆପଡା ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଡୋଲକିଆ, ଜଳେଶ୍ବର ବିଜେଡି ପ୍ରାର୍ଥୀ ଅଶ୍ବିନୀ ପାତ୍ର, ଘଷିପୁରା ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର, ମାହାଙ୍ଗା ବିଜେଡି ପ୍ରାର୍ଥୀ ପ୍ରତାପ ଜେନା, ପାଟଣା ବିଜେଡି ପ୍ରାର୍ଥୀ ଜଗନ୍ନାଥ ନାୟକ, ବାରବାଟୀ-କଟକ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍, ଯାଜପୁର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ଡାବୁଗାଁ ବିଜେଡି ପ୍ରାର୍ଥୀ ମନୋହର ରନ୍ଧାରୀ, ବଲାଙ୍ଗିର କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର, ଚିକିଟି ବିଜେଜି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଆଗରେ ରହିଛନ୍ତି ।

ଜୟପୁରରେ ବିଜେଡି ପ୍ରାର୍ଥୀ ରବି ନନ୍ଦ ଆଗୁଆ ରହିଥିବାବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପଛରେ ପଡିଛନ୍ତି । ସେହିଭଳି ବାସୁଦେବପୁରରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ଆଗୁଆ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.