ମଉଳିଲା ଆଶା : ରାଜ୍ୟସଭା ରେସ୍‌ରୁ ବାଦ୍ ପଡିଲେ ପ୍ରସନ୍ନ, ରମେଶ ଓ ସିଂହଦେଓ ପରିବାର

Published By : Prameya-News7 Bureau | March 07, 2020 IST

ଭୁବନେଶ୍ୱର ୦୭|୦୩:   ଚର୍ଚ୍ଚା ଓ ଆଶାରେ ଥିବା ବିଜେଡି ନେତାଙ୍କୁ ମିଳିଲାନି ରାଜ୍ୟସଭା ଟିକେଟ। ନିରାଶ ହେଲେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ବଲାଙ୍ଗିର ରାଜପରିବାର  ସିଂହଦେଓ ପରିବାର ।  ରବୀନ୍ଦ୍ର ଜେନା, ପୁଷ୍ପେନ୍ଦ୍ର ସିଂହ ଦେଓ ଏବଂ ସରୋଜିନୀ ହେମ୍ବ୍ରମ। । ୨୦୧୯ ସାଧାରଣ ନିର୍ବାଚନରେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ପ୍ରସନ୍ନ ପାଟ୍ଟଶାଣୀ ଭରସା ପାଇଥିଲେ । ହେଲେ ଚ୍ୟାଉ ପଟ୍ଟନାୟକଙ୍କୁ ତୁରନ୍ତ ନୂଆ ଦାୟିତ୍ବ ମିଳିଯାଇଛି ସିନା ପାଟ୍ଟଶାଣୀ। କିନ୍ତୁ ଝୁଲିକି ରହିଛନ୍ତି।

{"id":234658,"width":756,"height":425,"sizeSlug":"large"}

ଆଶା ମଉଳିଲା। କିଏ ନବୀନ ନିବାସ ତ ଆଉ କିଏ ଲୋକସେବା ଭବନ ଦଉଡୁଥିଲେ ରାଜ୍ୟସଭା ୪ ଖାଲି ସିଟ ଭିତରୁ ଗୋଟିଏ ହାତେଇବାକୁ ଚେଷ୍ଟା କରିଥିଲେ । ହେଲେ ନବୀନ ସରପ୍ରାଇଜ କରିଦେଲେ ।କୁହାଯାଉଛି ନବୀନ  ଦଳ ପ୍ରତି ଆନୁଗତ୍ୟ ଓ ସଙ୍ଗଠନ ସହ ଜଡିତ ନେତାଙ୍କୁ ପୁରସ୍କୃତ କରିଛନ୍ତି। ହେଲେ ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବାକୁ ନବୀନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି କିନ୍ତୁ ସେମାନଙ୍କ ନାଁ କଟିଛି। ତେବେ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ତୁରନ୍ତ ନୂଆ ଦାୟିତ୍ବ ମିଳିଛି। ସୁବାସ ସିଂ ଖାଲି କରୁଥିବା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଚେୟାରମ୍ୟାନ ପଦବୀରେ ତାଙ୍କୁ ବସାଇବା ସହ ତାଙ୍କୁ  କ୍ୟାବିନେଟ ପାହ୍ୟା ଦେଇ ସନ୍ତୁଷ୍ଟ କରିଛନ୍ତି ନବୀନ। ଆଉ ଏଥିରେ ଚ୍ୟାଉ ପଟ୍ଟନାୟକ ବି ଖୁସି।

{"id":234653,"width":747,"height":420,"sizeSlug":"large"}

ପ୍ରସନ୍ନ ପାଟ୍ଟଶାଣି କିନ୍ତୁ ନିରାଶ ହୋଇଛନ୍ତି । କହିବୁଲୁଥିଲେ ତାଙ୍କୁ କଥା ମିଳିଛି ହେଲେ ଆଜି  ୪ଜଣଙ୍କ ମଧ୍ୟରେ ସେ ଆସିଲେନି। ସେହିପରି ଚର୍ଚ୍ଚାର ପରିସରରେ ଥିବା ବଲାଙ୍ଗୀର ରାଜପରିବାରର ଏଥର କୋଟା ପଡିଲା ନାହିଁ । ଉଭୟ ଅନଙ୍ଗ ଉଦାୟ ସିଂହ ଦେଓ ଏବଂ ପୁଅ କଳିକେଶ ସିଂହ ଦେଓଙ୍କ ମଧ୍ୟରୁ ଜଣେ କିଏ ରାଜ୍ୟସଭା ଯିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲେ ବି ଏଥର ରାଜପରିବାର ଲବି ଫେଲ ମାରିଲା ।

{"id":234657,"width":748,"height":421,"sizeSlug":"large"}

ସେପଟେ ନିର୍ବାଚନରୁ ହାରିଯାଇଥିବା ନେତାମାନେ ରାଜ୍ୟସଭା ଯାଇ ରାଜ୍ୟର ପ୍ରସଙ୍ଗ ଉଠାଇଥାନ୍ତେ କିନ୍ତୁ ସେମାନେ ବି କାଟ୍‌ ଖାଇଗଲେ। ବାଲେଶ୍ବର ରବୀନ୍ଦ୍ର ଜେନା, କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂହ ଦେଓ ଆଦି ନେତାଙ୍କ ନାଁ ନବୀନଙ୍କ ତାଲିକାରୁ ବାଦ ପଡିଛି। ଅବଶ୍ୟ କାଳାହାଣ୍ଡିରୁ ସୁଜିତ କୁମାରଙ୍କୁ ଦିଆଯାଇଛି ଟିକେଟ। ସେହିଭଳି ମୟୁରଭଞ୍ଜରୁ ସରୋଜିନ ହେମ୍ରମକୁ ରିପିଟ କରିବାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେସ୍ଥାନରେ ମହିଳା ଏବଂ ମୟୂରଭଞ୍ଜ ବିଜେଡି କର୍ମୀ ମମତା ମହାନ୍ତଙ୍କୁ ରାଜ୍ୟସଭା ଟିକେଟ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.