ମନ୍ତ୍ରୀପଦ ପାଇଁ ନବୀନ ନିବାସରେ ଭିଡ, ଏଇମାନେ ହୋଇପାରନ୍ତି ମନ୍ତ୍ରୀ

Published By : Prameya-News7 Bureau | May 24, 2019 IST

ଭୁବନେଶ୍ବର ୨୪।୫ : ମନ୍ତ୍ରୀମଣ୍ଡଳ ପାଇଁ ଆରମ୍ଭ ହେଲା ଲବି । ନବୀନ ନିବାସରେ ଆଶାୟୀ ବିଜେଡି ନେତାଙ୍କ ଭିଡ । ୨୭ରେ ଶପଥ ଗ୍ରହଣ ହେବାକୁ ଥିବା ବେଳେ ସେଥିପାଇଁ ବହୁ ହେଭିୱେଟ୍ ନେତା ଏବଂ ପ୍ରଥମକରି ମନ୍ତ୍ରୀମଣ୍ଡଳରକୁ ଯିବାକୁ ଇଚ୍ଛା ରଖିଥିବା ନେତା ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ଯେଉଁମାନଙ୍କର ନାଁ ଅଧିକ ଚର୍ଚ୍ଚାରେ ରହିଛି ସେମାନେ ହେଲେ  ପୁରୀ ଜିଲ୍ଲାରୁ ସମୀର ଦାସ, ପ୍ରଦୀପ ମହାରଥୀ, ଖୋର୍ଦ୍ଧାରୁ ଅଶୋକ ପଣ୍ଡା ପୁଣି ଥରେ ମନ୍ତ୍ରୀମଣ୍ଡଳକୁ ଫେରିବା ଚର୍ଚ୍ଚା ହେଉଛି ।

ସବୁଠୁ ଅଧିକ ଦାବିଦାର କଟକ ଓ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ।ସେମାନେ ହେଲେ କଟକରୁ ଦେବୀ ମିଶ୍ର, ପ୍ରତାପ ଜେନା, ଚନ୍ଦ୍ର ସାରଥୀ ବେହେରା, ରାଜା ସ୍ବାଇଁ ପ୍ରମୁଖ।ସେହିଭଳି ଗଞ୍ଜାମରୁ ପ୍ରଦୀପ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ, ଉଷା ଦେବୀଙ୍କ ନାଁ ଚର୍ଚ୍ଚାରେ ରହିଛି । କେନ୍ଦ୍ରାପଡାରୁ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ , ଶଶୀ ବେହେରାଙ୍କ ନାଁ ଆଗରେ ରହିଛି । ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, ଅମର ଶତପଥୀ ଓ ପ୍ରମିଳା ମଲ୍ଲିକଙ୍କୁ ନେଇ ଚର୍ଚ୍ଚା ହେଉଛି ।

{"id":115413}

ଭଦ୍ରକରୁ ପ୍ରଫୁଲ୍ଲ ସାମଲ, ମୟୁରଭଞ୍ଜରୁ ସୁଦାମ ମାରାଣ୍ଡି ଓ ରାଜକିଶୋର ଦାସଙ୍କୁ ମନ୍ତ୍ରୀ ପଦ ମିଳିପାରେ । ବାଲେଶ୍ବରରୁ ଅନନ୍ତ ଦାସ, କେନ୍ଦୁଝରରୁ ବଦ୍ରି ନାରାୟଣ ପାତ୍ର ନାଁ ମଧ୍ୟ ବିଚାର କରାଯାଉଥିବା ଜଣାପଡିଛି । ସୁନ୍ଦରଗଡରୁ ସାରଦା ନାୟକ ଓ ସୁବ୍ରତ ତରାଇ, ଝାରସୁଗୁଡାରୁ ନବ ଦାସ ଓ କିଶୋର ମହାନ୍ତି, ବରଗଡରୁ ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆ ମନ୍ତ୍ରୀପଦ ପାଇଁ ଦାବିଦାର ।

ସମ୍ବଲପୁରରୁ ରୋହିତ ପୂଜାରି ଏଥର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ନେଇ ଆଶାବାଦୀ ଅଛନ୍ତି ।ଅନୁଗୋଳରୁ ରଜନୀକାନ୍ତ ସିଂହ, ଢେଙ୍କାନାଳରୁ ନୃସିଂହ ସାହୁ ଓ ପ୍ରଫୁଲ୍ଲ ମଲ୍ଲିକ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବାବେଳେ କଳାହାଣ୍ଡିରୁ ଭୂପିନ୍ଦର ସିଂହ, ନୂଆପଡାରୁ ରାଜେନ୍ଦ୍ର ଢୋଲକିଆଙ୍କ ନାଁ ଚର୍ଚ୍ଚା ହେଉଛି ।ନୟାଗଡରୁ ଅରୁଣ ସାହୁ ଓ ଖଣ୍ଡପଡାରୁ ସୌମ୍ୟ ପଟ୍ଟନାୟକ, ନବରଙ୍ଗପୁରରୁ ମନୋହର ରନ୍ଧାରୀଙ୍କ ନାଁ ଆଗରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.