ବିଜେଡି ନେତା ସଚ୍ଚିଦାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳୀ

Published By : Prameya-News7 Bureau | September 17, 2020 IST

ଚଣ୍ଡିଖୋଲ, ୧୭ ।୦୯:  ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ଦିବଂଗତ ସଚ୍ଚିଦାନନ୍ଦ ସାମନ୍ତରାୟଙ୍କ ସ୍ମୃତିସଭା ଆୟୋଜିତ ହୋଇଯାଇଛି । ତାଙ୍କ ସ୍ମୃତିସଭାରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେବା ସହ ସଚ୍ଚିଦାନନ୍ଦଙ୍କ ସ୍ମୃତିଚାରଣ କରିଥିଲେ ।

ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ, ସେ ସାରା ଜୀବନ ସାଧାରଣ ଲୋକଙ୍କୁ ସେବା ପ୍ରଦାନ କରିଥିଲେ । ସଚ୍ଚିଦାନନ୍ଦ ନିଜ ପରିବାରକୁ ପଛରେ ପକାଇ ଯେଉଁ ସ୍ୱର୍ଣ୍ଣ ଗାରିମା ଛାଡିଗଲେ ତାକୁ ଚିରକାଳ ବଡଚଣାବାସୀ ମନେ ରଖିବେ ।

ସଚ୍ଚିଦାନନ୍ଦଙ୍କ ସ୍ମୃତିରେ ଏକ ସ୍ମରଣିକା ପ୍ରକାଶ ପାଇଁ ସ୍ତମ୍ଭକାର ମିହିର ପ୍ରତାପ ଦାସଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ଛତିଆ ଅଞ୍ଚଳର ସ୍ୱର୍ଗତ ସଚ୍ଚିଦାନନ୍ଦ ସାମନ୍ତରାୟଙ୍କ ଅସମୟରେ ପରଲୋକ ଗମନରେ ସମଗ୍ର ବଡଚଣାରେ ଅସମ୍ଭବ ପ୍ରକାରର ନିରବତା ଦେଖାଦେଇଛି। ତାଙ୍କ ଲୋକପ୍ରିୟତା ଓ ପରୋପକାର ପ୍ରବୃତ୍ତି ପାଇଁ ବଡଚଣା ମାଟି ଗର୍ବିତ ବୋଲି ବିଧାୟକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଗୁରୁବାର ଚଣ୍ଡିଖୋଲ ବିଜୁ ଜନତା ଦଳ କାର୍ଯାଳୟରେ ଅନୁଷ୍ଠିତ ଏକ ଶ୍ରଦ୍ଧାଞଳୀ ସଭାରେ ବଡଚଣାର କୋଣ ଅନୁକୋଣରୁ ଲୋକେ ଛୁଟି ଆସିଥିଲେ।

ସ୍ୱର୍ଗତ ସଚ୍ଚିଦାନନ୍ଦ ସାମନ୍ତରାୟ  ତାଙ୍କ ଜୀବନକାଳ ଅଧ୍ୟବ୍ୟବସାୟ ଭିତରେ ବହୁ ଘାତ ପ୍ରତିଘାତ ମଧ୍ୟ ଦେଇ ସମଗ୍ର ବଡଚଣାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଛତିଆ ପଞାୟତ ପାଇଁ ସମିତି ସଭ୍ୟ ଓ ପରେ ସରପଞ୍ଚ ପ୍ରତିନିଧିତ୍ୱ କରିଥିଲେ।ପ ରେ କୃଷି ଓ କୃଷକମାନଙ୍କ ବିକାଶ ପାଇଁ "ଆତ୍ମା" ନାମକ ଏକ ସରକାରୀ ବ୍ୟବସ୍ଥାର ଅଧ୍ୟକ୍ଷ ଭାବେ ବହୁ ବର୍ଷ କାର୍ଯ୍ୟ କରିଥିଲେ। ଛତିଆ ସମବାୟ ସମିତି ପାଇଁ ମଧ୍ୟ ସ୍ୱଳ୍ପ ସମୟ ପାଇଁ କାର୍ଯ୍ୟ କରିଥିଲେ। ବିଶେଷ କରି ପରୋପକାରୀ ଭାବେ ସେ ଜନମାନସରେ ବିବେଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.