ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ପ୍ରସଙ୍ଗରେ ବିଜେଡିର ସାମ୍ବାଦିକ ସମ୍ମିଳନୀ ; ପ୍ରତିକ୍ରିୟା ରଖିଲେ ପ୍ରତାପ ଦେବ

Published By : Prameya-News7 Bureau | July 19, 2018 IST

ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ପ୍ରସଙ୍ଗରେ ବିଜେଡିର ସାମ୍ବାଦିକ ସମ୍ମିଳନୀ ; ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ପ୍ରତାପ ଦେବ ଗ୍ୟାଙ୍ଗଷ୍ଟର ଟିଟୋ ପରିବାରକୁ କେମେତି ମିଳିଲା ପେଟ୍ରୋଲ ପମ୍ପ । ଅପରାଧିକ ପୃଷ୍ଠ ଭୂମିଥିବାବେଳେ କିଏ ଟିଟୋ ଲାଗି ସୁପାରିଶ କଲା ସେନେଇ ଆରମ୍ଭ ହୋଇଛି ସିବିଆଇ ତଦନ୍ତ । ପଟ୍ରୋଲିୟମ ମନ୍ତ୍ରଣାଳୟର ନିର୍ଦେଶ ପରେ ସିବିଆଇକୁ ତଦନ୍ତ ଲାଗି ସୁପାରିଶ କରିଥିଲା ଆଇଓସିଏଲ । ଏଥିରେ ଆଇଓସିଲର ତୃଟି ଥିବାବେଳେ ତିନୋଟି ଦଫାରେ ତୃଟି ରହିଥିବା ଆଇଓସିଲ ର ବିଭାଗୀୟ ତଦନ୍ତରୁ ଜଣା ପଡିଛି । ସେପଟେ ପେଟ୍ରୋଲ ପମ୍ପ ଆବଣ୍ଟନର ସିବିଆଇ ତଦନ୍ତକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ । ଗ୍ୟାଙ୍ଗଷ୍ଟାରଙ୍କ ପରିବାରକୁ ପେଟ୍ରୋଲପମ୍ପ ଆବଣ୍ଟନ ଓ ସିବିଆଇ ତଦନ୍ତକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ । ବିରୋଧୀ ଦଳ ନେତା ସିବିଆଇ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ସିବିଆଇର ତଦନ୍ତ ଚୋର ଧରିବାକୁ ନା କାହାକୁ ସୁରକ୍ଷା ଦେବାକୁ । ସେପଟେ ସିବିଆଇ ତଦନ୍ତ ନିର୍ଦେଶକୁ ଆଳ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ବିଜେଡି । କେନ୍ଦ୍ରମନ୍ତ୍ରୀଙ୍କୁ ୬ଟି ପ୍ରଶ୍ନ କରିଛି ବିଜେଡି । ଆଇଓସିଏଲ ଆବଣ୍ଟନରେ ତୃଟି ଥିବା ମାନିଥିଲେବି ମନ୍ତ୍ରୀ ଏହାକୁ ଜାଣଇଥିଲେ କି ନାହିଁ । କେବଳ ଏଇ ଗୋଟିଏ କାହିଁକି ୪ ବର୍ଷରେ ରାଜ୍ୟରେ ଆବଣ୍ଟନ ହୋଇଥିବା ସବୁ ପେଟ୍ରୋଲ ପମ୍ପ ଆବଣ୍ଟନର ସିବିଆଇ ତଦନ୍ତ ହେବନି କଣ ପାଇଁ । କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ହଟାତ ସିବିଆଇ ତଦନ୍ତ କଣ ପାଇଁ । ଏସବୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ସନ୍ଦେହ ଆଡକୁ ଟାଣିଠି ଦଳ । ମନ୍ତ୍ରୀ ଓଡିଶାକୁ ବିହାର ଭଲି ଅପରାଧିକ ରାଜନୈତିକ ପୃଷ୍ଟ ଭୂମିକୁ ନଟାଣି ନୈତିକତା ଦୃଷ୍ଟିରୁ ଇସ୍ରଫା ଦିଅନ୍ତୁ । ସେପଟେ ବିଜେଡି ଆରୋପର ଜବାବ ରଖିବାକୁ ଗଣମାଧ୍ୟମକୁ ଆସିଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.