ଚିଲିକାରେ ବିଜେଡି ନେତା ମାନସ ମଙ୍ଗରାଜଙ୍କୁ ବିପୁଳ ସମ୍ବର୍ଦ୍ଧନା

Published By : Prameya-News7 Bureau | January 30, 2019 IST

ଟାଙ୍ଗି୩୦|୧: ଖୋର୍ଦ୍ଧା ଜିଲ୍ଲା  ଚିଲିକା ନିର୍ବାଚନ ମଣ୍ଡଳୀରେ ଆଜି ମାନସ ମଙ୍ଗରାଜ ଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଚିଲିକା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର କର୍ମୀ-ସମର୍ଥକମାନେ ଏହି ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ ।

{"id":79962}

ଚଣ୍ଡେଶ୍ଵର ଛକ , ହରିପୁର ଛକ , ନାଚୁଣୀ ଛକ , ସୁନଖଳା ଛକ , ବାଲୁଗାଁ-ବାଣପୁର ଛକରେ ବିଜୁ ଜନତା ଦଳର ସମର୍ଥକ ମାନେ ଶ୍ରୀଯୁକ୍ତ ମଙ୍ଗରାଜଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ବିରାଟ ବାଇକ ରାଲିରେ ବିଜୁ କର୍ମୀମାନେ ଶ୍ରୀଯୁକ୍ତ ମଙ୍ଗରାଜଙ୍କୁ ସାଙ୍ଗରେ ଧରି ନଗର ପରିକ୍ରମା କରିଥିଲେ ।

{"id":79963}

ଚିଲିକା ମାଟି ଏକ ଯୁବ ନେତୃତ୍ଵ ଚାହୁଁଛିର ନାରା ଦେଇ ଶ୍ରୀ ମଙ୍ଗରାଜଙ୍କ ଜୟକାର କରିଥିଲେ । ଶେଷରେ ନାଚୁଣୀ ନିକଟସ୍ଥ ଜୀବନଦେଇପୁର ଗ୍ରାମରେ ଏକ ସଭା କରାଯାଇ ସେଠାରେ ଶ୍ରୀ ମଙ୍ଗରାଜଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ।

{"id":79964}

ଖୁବ କମ ଦିନ ମଧ୍ୟରେ ବିଜେଡ଼ିରେ ଯୋଗ ଦେଇଥିବା ମଙ୍ଗରାଜ ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ବିଜେଡ଼ି ମିଡିଆ ସେଲର ଅଧକ୍ଷ ହୋଇପାରିଛନ୍ତି ।    ଦଳର ସୁପ୍ରିମୋ ଯେଉଁ ଦାଇତ୍ଵ ଦେବେ ସେହି ଦାଇତ୍ଵ ସୂଚାରୁ ରୂପେ ତୁଲାଇବି ବୋଲି ଶ୍ରୀଯୁକ୍ତ ମଙ୍ଗରାଜ କହିଛନ୍ତି । 

{"id":79965}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.