ସବୁ ପୋଲିସ ଅଧିକାରୀ 'ଅର୍ଦ୍ଧସତ୍ୟ' ଓ 'ଗଙ୍ଗାଜଲ' ଫିଲ୍ମ ଦେଖନ୍ତୁ, ସମସ୍ତେ ଅଜୟ ଦେବଗନଙ୍କ ଭଳି ହୁଅନ୍ତୁ ବୋଲି କହିଲେ ବିଜେଡିର ଏହି ବରିଷ୍ଠ ନେତା

Published By : Prameya-News7 Bureau | October 09, 2019 IST

ଭୁବନେଶ୍ବର ୯|୧୦: ମୋ ସରକାର ଏବଂ 5-T ନେଇ ବିଜେଡି ନେତା  ଅରୁପ ପଟ୍ଟନାୟକ ସିନେମାର ଉଦାହରଣ ନେଇଛନ୍ତି । ଅରୂପ ପଟ୍ଟନାୟକ ଜଣେ ପୂର୍ବତନ ପୋଲିସ ପ୍ରଶାସକ । ଏକଦା ମୁମ୍ବାଇର ପୋଲିସ କମିଶନର ଥିବା ଅରୂପ  ଅବସର ନେବାପରେ ସେ ବିଜେଡିରେ ଯୋଗ ଦେବା ସହ ଭୁବନେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀହୋଇ ପରାଜିତ ହୋଇଥିଲେ । ଆଜି ଏହି ନେତା ବିଜେଡି ସରକାରଙ୍କ ମୋ ସରକାର ଏବଂ 5-T ବାବଦରେ ପ୍ରତିକ୍ରୀୟା ରଖିଥିଲେ ।

ସେ କହିଥିଲେ ଯେ, ଥାନାର ସତ କଣ ସେକଥା ଅର୍ଦ୍ଧସତ୍ୟ ଓ ଗଙ୍ଗାଜଲ୍‌ ସିନେମାରୁ ଜଣାପଡୁଛି ।ଥାନାର ସତ କଣ ସେକଥା ସେ ମଧ୍ୟ ଜଣନ୍ତୁ ବୋଲି କହିଛନ୍ତି । ସବୁ ଅଧିକାରୀଙ୍କୁ ଗଙ୍ଗାଜଲ ସିନେମା ଦେଖିବା କଥା, ତାହେଲେ ଥାନାର ସତ ଜାଣିପାରିବେ ବୋଲି ସେ ପରାମର୍ଶ ଦେଇଛନ୍ତି ।

ସବୁ ଅଧିକାରୀ ଅଜୟ ଦେବଗନଙ୍କ ପରି ହେବା ଦରକାର ।ଥାନାରେ ଭି୍ତ୍ତିଭୂମି ଓ ଅଧିକାରୀ ଅଭାବ ନେଇ ମଧ୍ୟ ପୂର୍ବତନ ପୋଲିସ ପ୍ରସାସକ ତଥା ବିଜେଡି ନେତା ଅରୂପ ପଟ୍ଟନାୟକ ପ୍ରତିକ୍ରୀୟା ରଖିଛନ୍ତି । ଅଧିକାରୀମାନେ ଖାଲି ସାଲୁଟ ନେବେ, ଦାୟିତ୍ବ ନେବେନି ଏମିତି କେମିତି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ମୋ ସରକାର ଯୋଜନା ଲାଗୁ ନେଇ କଷ୍ଟ ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଶକ୍ତି ଅଛି, ସବୁ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି 

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.