ବିଜେଡି ନେତା ଅନୁପ ସାଏଙ୍କୁ ଉଠାଇନେଲା ଛତିଶଗଡ ପୋଲିସ

Published By : Prameya-News7 Bureau | February 13, 2020 IST

ଝାରସୁଗୁଡା ୧୩।୨: ଛତିଶଗଡ ପୋଲିସ ଦ୍ବାରା ବିଜେଡି ନେତା ଅନୁପ ସାଏ ଅଟକ ଅଛନ୍ତି । ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅନୁପଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି ।

{"id":223886,"sizeSlug":"large"}

ସୂଚନାଯୋଗ୍ୟ ଯେ, ଛତିଶଗଡର ରାୟଗଡ ପୋଲିସ ଗତକାଲି ରାତିରେ ବିଜେଡି ନେତା ଅନୁପ ସାଏଙ୍କୁ ତାଙ୍କ ଘରୁ ଉଠାଇନେଇଥିବା ଜଣାପଡିଛି । ଗତକାଲି ରାତିରେ ଛତିଶଗଡ ପୋଲିସର ଏକ ଟିମ୍ ଆସି ତାଙ୍କୁ ନେଇଯାଇଥିଲା । ଅନୁପଙ୍କୁ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ରଖାଯାଇଥିବା ଜଣାପଡିଛି । ସେଠାରେ ତାଙ୍କୁ ପୋଲିସ ଅଟକ ରଖି ଏକ ହତ୍ୟା ମାମଲାରେ ସଂପୃକ୍ତି ଅଭିଯୋଗରେ ପଚରାଉଚରା କରୁଥିବା ସୂଚନା ମିଳିଛି । ତେବେ କେଉଁ ହତ୍ୟାକାଣ୍ଡ ଘଟଣାରେ ତାଙ୍କୁ ପଚରାଉଚରା କରାଯାଉଛି ତାହାର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

{"id":223887,"sizeSlug":"large"}

ଅନୁପ ସାଏ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ୩ଥର ବିଧାୟକ ରହିଥିଲେ । ବର୍ତ୍ତମାନ ସେ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.