ବିଜେପିରେ ସାମିଲ ହେଲେ ଜଟଣୀର ବିଜେଡି ନେତା ଅଶୁଂମାନ ହୋତା

Published By : Prameya-News7 Bureau | April 07, 2019 IST

ଭୁବନେଶ୍ବର ୭|୪ : ଜଟଣୀର ବିଜେଡି ନେତା ଅଶୁଂମାନ ହୋତା ଆଜି ବିଜେପି ଦଳରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବରିଷ୍ଠ ବିଜେପି ନେତା ଡାକ୍ତର ଦାମଦୋର ରାଉତଙ୍କ ଉପସ୍ଥିତିରେ ଜଟଣୀ ନିର୍ବାଚନମଣ୍ଡଳୀର ବିଜେଡି ନେତା ଅଶୁଂମାନ ହୋତା ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ଆଚଂଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅବସରପ୍ରାପ୍ତ ପ୍ରଫେସର ବ୍ରଜେନ୍ଦ୍ର ପ୍ରସାଦ ଦାସ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଆଚଂଳିକ ଉନ୍ନୟନ ଟ୍ରଷ୍ଟର ସଂପାଦକ ଶ୍ରୀନିବାସ ମହାପାତ୍ର, ଉପସଭାପତି ଶଙ୍କର୍ଷଣ ଦାସ, ସଂପାଦକ ସୁଶାନ୍ତ ସାମନ୍ତରାୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଜଟଣୀ ଅଂଚଳର ସମାଜସେବୀ ତପନ କୁମାର ବଳିଆର ସିଂ, ସୁବାସ କୁମାର ସାହୁ, ଶିବ ପ୍ରସାଦ ମହାନ୍ତି ଏବଂ ସୁଜିତ୍ କୁମାର ସାମଲ ବିଜେପିରେ ଯୋଗଛନ୍ତି ।

ଡାକ୍ତର ଦାମଦୋର ଦାମ ରାଉତ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ଦଳରେ ସାମିଲ କରାଇଥିଲେ । ରାଜ୍ୟ ଉପ ସଭାପତି ସମୀର ମହାନ୍ତି ସମସ୍ତଙ୍କୁ ସ୍ବାଗତ କରିଥିଲେ । ଏହି ମିଶ୍ରଣ ଦ୍ବାରା ଦଳ ଆହୁରି ମଜବୁତ୍ ହେବ ବୋଲି ସମୀର ମହାନ୍ତି କହିଛନ୍ତି । ଏହି ମିଶ୍ରଣ ପର୍ବରେ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ବିଶ୍ବରଂଜନ ବଡଜେନା ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.