ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ନେତା ଓ କର୍ମୀ, ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ

Published By : Prameya-News7 Bureau | January 16, 2021 IST

ଭୁବନେଶ୍ବର ୧୬।୧: ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ବିଜେଡି ନେତା ଓ କର୍ମୀ ନବୀନ ନିବାସକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ କୃତଜ୍ଞତା ଜଣାଇଛନ୍ତି । ଏକ ବିରାଟ ପଟୁଆରରେ ଦଳୀୟ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ୨୦ ବର୍ଷ ମଧ୍ୟରେ ଯାହା ବି ସମସ୍ୟା ଆସିଛି ତାକୁ ସମାଧାନ କରି ଆଗକୁ ବଢିଛନ୍ତି ନବୀନ । ସେଥିପାଇଁ ଓଡିଶାର ବିକାଶ ହୋଇଛି ଏବଂ ନବୀନ ନମ୍ବର ଓ୍ବାନ୍ ହୋଇପାରିଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ ହେଉ କି କରୋନା ମୁକାବିଲା ଏସବୁ କ୍ଷେତ୍ରରେ ବେଶ୍ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟି ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ନବୀନ ଲୋକ ପ୍ରିୟତାର ଶୀର୍ଷରେ ରହିଛନ୍ତି । ଏବିପି ନ୍ୟୁଜ୍- ସି ଭୋଟ୍‌ର ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ସର୍ଭେ ଅନୁଯାୟୀ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ସର୍ଭେରେ ନବୀନ ପଟ୍ଟନାୟକ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବାର ଉପଲବ୍ଧି ହାସଲ କରି ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.