ଭଦ୍ରକ ବିଜେଡିରେ ବିଦ୍ରୋହ ; ବିଧାୟକ ଯୁଗଳ ପଟ୍ଟନାୟକଙ୍କ ବିରୋଧରେ ବିଜେଡି ନେତା ଓ କର୍ମୀଙ୍କ ମେଳି

Published By : Prameya-News7 Bureau | January 27, 2019 IST

ଭଦ୍ରକ ୨୭|୧:  ଭଦ୍ରକ ବିଜେଡିରେ ବିଦ୍ରୋହ ।  ଭଦ୍ରକ ବିଧାୟକ ଯୁଗଳ ପଟ୍ଟନାୟକଙ୍କ ବିରୋଧରେ ବିଜେଡି ନେତା ଓ କର୍ମୀ ମେଳି କରିଥିଲେ ।  ବିଧାୟକଙ୍କ ପୁଅକୁ ଦଳୀୟ ଟିକେଟ ନଦେବା ପାଇଁ କର୍ମୀ ଓ ନେତାମାନେ ମୂଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଯୁଗଳଙ୍କ ଅନୁଗତ କୁହାଯାଉଥିବା ଯୋଗେନ୍ଦ୍ର ଘଡେଇ ଏହି ମେଳିରେ ସାମିଲ ହୋଇଥିଲେ । ଭଦ୍ରକ ଦଙ୍ଗା ପାଇଁ ଯୁଗଳଙ୍କ ପୁଅ ବୁଲୁ ପଟ୍ଟନାୟକ ଦାୟୀ ବୋଲି ବିଜେଡି ନେତା ରମେଶ ବେହେରା ଅଭିଯୋଗ କରିଛନ୍ତି । ଯୁଗଳ ପଟନାୟକଙ୍କ ପରିବାରରୁ କାହାକୁ ବିଜେଡି ଟିକେଟ ମିଳିଲେ, ସେମାନେ ଦଳ ତ୍ୟାଗ କରିବେ ବୋଲି କହିଛନ୍ତି । ୨୦୦୯ରେ ପ୍ରଫୁଲ୍ଲ ସାମଲଙ୍କୁ ଭଣ୍ଡାରୀପୋଖରୀ ବିଧାନସଭା କ୍ଷେତ୍ରକୁ ପଠାଇ ଦେବା ପରେ ଯୁଗଳ ପଟନାୟକ ଭଦ୍ରକରେ ବିଜେଡି ଟିକେଟ ପାିଥିଲେ । ସେହିଦିନ ଠାରୁ ଭଦ୍ରକ ବିଜେଡିରେ ଯୁଗଳ ସମର୍ଥକ ଓ ପ୍ରଫୁଲ୍ଲ ସମର୍ଥକଙ୍କ ମଧ୍ୟରେ ତୁତୁ ମେମେଁ ଚାଲୁଛି । ଆଉ ଏବେ ଯୁଗଳଙ୍କ ବିରୋଧରେ ବିଜେଡିର ଏକ ବଡ ଗୋଷ୍ଠୀ ଏକାଠି ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.