ଜରାନିବାସ ଅନ୍ତେବାସୀଙ୍କ ସହ ପୁରୀରେ ଜନ୍ମଦିନ ପାଳିଲେ ଅଭିନେତା ଆକାଶ ଦାସ ନାୟକ

Published By : Prameya-News7 Bureau | September 17, 2019 IST

ପୁରୀ ୧୭।୯: ପୁରୀରେ ନିଜ ଜନ୍ମଦିନ ପାଳିଛନ୍ତି ଅଭିନେତା ତଥା ବିଜେଡି ନେତା ଆକାଶ ଦାସ ନାୟକ। ଭୁବନେଶ୍ବରରେ ଥିବା ଜରାନିବାସରୁ ୨୦ ଜଣ ବୟସ୍କ ଅନ୍ତେବାସୀଙ୍କୁ ସେ ବୁଲାଇ ଆଣିଛନ୍ତି ପୁରୀକୁ । ସେମାନଙ୍କୁ ପ୍ରଥମେ ମହୋଦଧିରେ ତୀର୍ଥ କରାଇଥିଲେ। ଏହାସହ ଅନ୍ତବୋସୀଙ୍କୁ ସମୁଦ୍ର ବୁଲାଇ ଦେଖିବା ସହ ମହୋଦଧି ତୀର୍ଥରାଜ ଜଳକୁ ନିଜ ମୁଣ୍ଡରେ ମାରି ବେଶ୍ ବିମୋହିତ ହେବା ସହ ଆନନ୍ଦ ଅନୁଭବ ମଧ୍ୟ କରିଥିଲେ।

{"id":158941}

ପରେ ଏହି ଅନ୍ତେବାସୀମାନେ ଶ୍ରୀମନ୍ଦିରକୁ ବୁଲିବାକୁ ଯାଇଥିଲେ। ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ବେଢ଼ାରେ ଥିବା ବିଭିନ୍ନ ମନ୍ଦିର ବୁଲିଥିଲେ ଆକାଶଙ୍କ ସହିତ। ପରେ ପରେ ସେମାନେ ଶ୍ରୀମନ୍ଦିରରେ ମହାପ୍ରସାଦ ସେବନ ମଧ୍ୟ କରିଥିଲେ। ଏହି ଅନ୍ତେବାସୀ ମାନେ ଆକାଶଙ୍କ ସହ ପୁରୀ ବୁଲିବାକୁ ଆସିଥିବାରୁ ନିଜକୁ ଧନ୍ୟ ମନେକରିଥିଲେ।

{"id":158942}

ଅନ୍ୟପକ୍ଷରେ ଆକାଶ ନିଜ ଜନ୍ମଦିନର ଏଭଳି ଆୟୋଜନ କରି ନିଜେ ମଧ୍ୟ ବହୁତ ଖୁସି ଅନୁଭବ କରିବା ସହିତ ଆର୍ଶୀବାଦ ମଧ୍ୟ ଭିକ୍ଷା କରିଥିବା କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.