ପିପିଲି ବ୍ୟାଟେଲ: ୧୬ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ, ଦ୍ୱିତୀୟରେ ବିଜେପି

Published By : Prameya-News7 Bureau | October 03, 2021 IST

ଭୁବନେଶ୍ୱର, ୦୩/୧୦: ପିପିଲି ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ପ୍ରଥମେ ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ଗଣତିରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗରେ ଥିବା ସୂଚନା ମିଳିଥିଲା । ବିଜେଡି ପ୍ରାର୍ଥୀ ପ୍ରାୟ ସମସ୍ତ ରାଉଣ୍ଡ ଗଣତିରେ ଆଗୁଆ ରହିଥିବା ସୂଚନା ମିଳିଛି ।

ବର୍ତ୍ତମାନ ୧୬ ନମ୍ୱର ରାଉଣ୍ଡ ଗଣତି ସରିଛି । ଏହି ରାଉଣ୍ଡ ଶେଷରେ ବିଜେଡି ୧୭୪୩୫ ଭୋଟ ଆଗରେ ରହିଛି । ବିଜେଡି ୪୨୫୨ଟି ଭୋଟ ପାଇଥିବା ବେଳେ ବିଜେପି ୪୩୫୭ ଏବଂ କଂଗ୍ରେସ ୧୩୦ଟି ଭୋଟ ପାଇଛି । ଏବେ ସୁଦ୍ଧା ଗଣତି ଅନୁସାରେ ବିଜେଡି ପ୍ରାର୍ଥୀ ରୁଦ୍ର ମୋଟ ୬୩,୪୩୭ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୧୬ରାଉଣ୍ଡ ସୁଦ୍ଧା ୪୬,୦୦୨ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନଙ୍କୁ ୩୧୩୩ଟି ଭୋଟ୍ ମିଳିଛି । ସେହିପରି ୫୬୮ଟି ଭୋଟ ନୋଟା ହୋଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.