ଆସନ୍ତା କାଲି ଦିଲ୍ଲୀ ଦୋହଲାଇବ ବିଜେଡି, ସଚ୍ଚିବାଳୟ ଓ ନବୀନ ନିବାସ ଘେରିବ ବିଜେପି- ଚାଲିଲା ଘମାସାନ
7/01/2019 at 5:53 PM

ଭୁବନେଶ୍ବର୭|୧: ଦଳମାନଙ୍କର ବନ୍ଦ ଡାକରା । ଏପଟେ କୃଷି ଓ କୃଷକ ପ୍ରସଙ୍ଗରେ କମ୍ପିବ ଭୁବନେଶ୍ବରରୁ ଦିଲ୍ଲୀ । ଚାଷ ଓ ଚାଷୀ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ । ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ଦିଲ୍ଲୀରେ ବିକ୍ଷୋଭ ଓ ପ୍ରଦିବାଦ କରିବ ବିଜେଡି । ଏପଟେ ରାଜ୍ୟ ସରକାରଙ୍କ କୃଷି ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇବ ବିଜେପି ।
ଦିଲ୍ଲୀରେ ଓହ୍ଲାଇଲା ଟିମ୍ ବିଜେଡି । ଚାଷ ଓ ଚାଷୀ ପ୍ରସଙ୍ଗରେ ଦିଲ୍ଲୀ ଦୋହଲାଇବ । ଧାନର ସହାୟକ ମୁଲ୍ୟ ୨୯୦୦ ଟଙ୍କାକୁ ବୃଦ୍ଧି ଦାବିରେ କାଲି ସଂସଦ ଭବନ ଆଗରେ ବିକ୍ଷୋଭ ପ୍ରତିବାଦ କରିବ । ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେବ ଦଳ । ଦିଲ୍ଲୀରେ ବିଜେଡିର ପ୍ରତିବାଦର ନେତୃତ୍ବ ନେବାକୁ ନିଜେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଦିଲ୍ଲୀରେ ପହଁଛିନ୍ତି । । ୨୦୧୪ ନିର୍ବାଚନ ବେଳେ ବିଜେପି ନିଜ ମେନିଫେଷ୍ଟୋରେ ଏମଏସପି ବୃଦ୍ଧି ନେଇ ପ୍ରତିଶ୍ରୁତି ଦେଇଥିଲା, ତାହା ପୁରଣ ହେଲାନି । ୨୯ଶହ ଟଙ୍କା ଏମଏସପି କରିବା ପାଇଁ ଓଡ଼ିଶାର ପ୍ରସ୍ତାବକୁ କେନ୍ଦ୍ର ଗ୍ରହଣ କରୁନଥିବାରୁ ଏହାର ପ୍ରତିବାଦ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ବିଜେପି କହିଛି କେନ୍ଦ୍ର ସରକାର ଯେତିକି ଏମେସପି ଦେଉଛନ୍ତି ତାହା ,ଚାଷୀଙ୍କ ପାଖରେ ପହଁଚୁନି।
ବିଜେଡି ଦିଲ୍ଲୀରେ ଗର୍ଜିବା ବେଳେ ଭୁବନେଶ୍ବରେ ସମାନ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇବ ବିଜେପି । ରାଜ୍ୟର ଧାନମଣ୍ଡି ଖୋଲିବା କଟନି ଛଟନି ବାହାନାରେ ଚାଷୀଙ୍କୁ ଶୋଷଣ ବନ୍ଦ କରିବା । କେନ୍ଦ୍ରସରକାର ଦେଉଥିବା ଧାନର ସହାୟକ ମୁଲ୍ୟ ୧୭୬୦ ଚାଷୀଙ୍କ ପାଖରେ ପହଁଚାଇବା ଦାବି ନେଇ ରାସ୍ତାକୁ ଓହ୍ଲାଇବ ବିଜେପି । ବିଜେପି କିଶାନ ମୋର୍ଚ୍ଚା ସଚିବାଳୟ ଘେରାଉ କରିବା ସହ ନବୀନ ନିବାସ ଘେରାଉ କରିବ। ବିଜେଡି ଏହାର ଜବାବ ରଖିଥିବା ବେଳେ କଂଗ୍ରେସ ଚାଷୀ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେଡିକୁ ସମାଲୋଚନା କରିଛି ।
ଚାଷୀଙ୍କୁ ନେଇ କେମିତି ଅଧିକ ଭୋଟ ମିଳିବ ସେନେଇ ସବୁ ଦଳ ଏବେ ଅଣ୍ଟା ଭିଡିଛନ୍ତି।